କମିସନରେଟ୍‌ ପୁଲିସରେ ସାମିଲ୍‌ ହେବ ଆଉ ୧୮ ପିସିଆର୍‌ ଭ୍ୟାନ୍‌

Advertisment
କମିସନରେଟ୍‌ ପୁଲିସରେ ସାମିଲ୍‌ ହେବ ଆଉ ୧୮ ପିସିଆର୍‌ ଭ୍ୟାନ୍‌

ଭୁବନେଶ୍ବର : ଦିନକୁ ଦିନ ରାଜଧାନୀରେ ଅପରାଧ ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି ପାଇଁ କମିସନରେଟ୍‌ ପୁଲିସ ଯୋଜନା କୁରୁଛି। ଖୁବ୍‌ଶୀଘ୍ର ଆଉ ୧୮ ପିସିଆର୍‌ ଭ୍ୟାନ୍‌କୁ କମିସନରେଟ୍‌ ପୁଲିସରେ ସାମିଲ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଆସନ୍ତା ମାସରେ କଳିଙ୍ଗ ଷ୍ଟାଡିୟମ୍‌ରେ ହକି ବିଶ୍ବକପ ଅନୁଷ୍ଠିତ ହେବ। ୧୬ଟି ଦେଶର ଖେଳାଳି ଏଥିରେ ଅ˚ଶ ଗ୍ରହଣ କରିବେ। ଖେଳାଳିମାନେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରଠାରୁ ହୋଟେଲ, ପଡ଼ିଆ ମଧୢରେ ସେମାନଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ। ଏହାଛଡ଼ା ବିଶ୍ବକପ ପାଇଁ ଦେଶରୁ ତଥା ଦେଶ ବା‌ହାରୁ ହଜାର ହଜାର ପର୍ଯ୍ୟଟକ ରାଜଧାନୀ ମୁହାଁ ହେବେ। ଏହି ସମୟରେ ସୁରକ୍ଷାକୁ କଡ଼ାକଡ଼ି କରିବା ପାଇଁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ତେବେ ବର୍ତ୍ତମାନ କମିସନରେଟ୍‌ ପୁଲିସ୍‌ରେ ଥିବା ପିସିଆର୍‌ ମଧ୍ୟରୁ କେତେକ ଅଚଳ। ଯେଉଁ କେତୋଟି ରହିଛି ତାହା ପାଟ୍ରୋଲିଂ ପାଇଁ ପର୍ଯ୍ୟାପ୍ତ ହେବନି। ଏ ନେଇ ଅଧିକ ୩୩ଟି ପିସିଆର୍‌ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ୧୮ଟି ପିସିଆର୍‌ ଭ୍ୟାନ୍‌ ପାଇଁ ସରକାର ଅର୍ଥ ମଞ୍ଜୁର କରିଥିବା ଜଣାପଡ଼ିଛି।

ପିସିଆର‌୍ ଓ ଟ୍ରାଫିକ୍‌ ପୁଲିସଙ୍କୁ ସିପିଆର୍‌ ଟ୍ରେନିଂ

ଭୁବନେଶ୍ବର : କିଛିଦିନ ତଳେ ଭୁବନେଶ୍ବର ‌େରଳ ଷ୍ଟେସନ୍‌ରେ ନିଜସ୍ବ ପ୍ରଚେଷ୍ଟାରେ ଜଣେ କନ୍‌ଷ୍ଟେବଲ୍ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ। ଏହି ଘଟଣାକୁ ନେଇ ଉତ୍ସାହିତ ହୋଇଛି କମିସନରେଟ୍‌ ପୁଲିସ୍‌। କାର୍ଯ୍ୟରତ ପୁଲିସ୍‌ କିଭଳି ଏଭଳି ପରିସ୍ଥିତିରେ ଜୀବନ ବଞ୍ଚାଇ ପାରିବ ସେ ନେଇ ଟ୍ରାଫିକ୍‌ ଓ ପିସିଆର୍‌ ଭ୍ୟାନ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସିପିଆର୍‌(କୃତ୍ରିମ ପ୍ରଶ୍ବାସ ପ୍ରଦାନ ପ୍ରକ୍ରିୟା) ପ୍ରଶିକ୍ଷଣ ପ୍ରଦାନ କରାଯିବ। ମଙ୍ଗଳବାର ଅପରାହ୍ଣରେ‌ ପାଖାପାଖି ୬୦ ଜଣ କର୍ମଚାରୀଙ୍କୁ ଭୁବନେଶ୍ବର କମିସନରେଟ୍‌ କନ୍‌ଫରେନ୍‌ସ୍‌ ହଲ୍‌ଠାରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ହୃଦ୍‌ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ତତ୍‌କ୍ଷଣାତ୍‌ ବଞ୍ଚାଇବା ପାଇଁ ମୁହଁରେ କୃତ୍ରିମ ଉପାୟରେ ପ୍ରଶ୍ବାସ ପ୍ରଦାନ କୌଶଳ ସଂପର୍କରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବ। ରାସ୍ତାରେ କେହି ହୃଦ୍‌ରୋଗରେ ଆକ୍ରାନ୍ତ ହେଲେ ସେଠାରେ କାର୍ଯ୍ୟରତ ପ୍ରଶିକ୍ଷଣପ୍ରାପ୍ତ ପୁଲିସ୍‌ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରିବେ। ବିଭିନ୍ନ ପର୍ଯ୍ୟାୟରେ ସମସ୍ତ କର୍ମଚାରୀଙ୍କୁ ଏଭଳି ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe