୧୯୨୯ କଲ୍‌ସେଣ୍ଟର୍‌ର ରେକର୍ଡ; ୫୦ ହଜାର କଲ୍‌ ଆସିଛି, ୫୦ହଜାର ଯାଇଛି

୧୯୨୯ କଲ୍‌ସେଣ୍ଟର୍‌ର ରେକର୍ଡ; ୫୦ ହଜାର କଲ୍‌ ଆସିଛି, ୫୦ହଜାର ଯାଇଛି

ଭୁବନେଶ୍ବର : ରାଜଧାନୀବାସୀଙ୍କ ଲାଇଫ୍‌ ଲାଇନ୍ ପାଲଟିଥିବା ୧୯୨୯ ହେଲ୍‌ପଲାଇନ୍ ନମ୍ବର ନୂଆ ରେକର୍ଡ କରିଛି। ମାର୍ଚ୍ଚ ୨୫ରୁ କାର୍ଯ୍ୟକ୍ଷମ ହୋଇଥିବା ଏହି କଲ୍‌ ସେଣ୍ଟରକୁ ଆଜି ସୁଦ୍ଧା ୫୧୩୫୧ଟି କଲ୍‌ ଆସିଥିବା ବେଳେ ଏଠାରୁ ୫୦,୪୧୪ଟି କଲ୍‌ ଯାଇଛି। ଦୁଇ ମାସ ପୂର୍ବରୁ ଏହି କଲ୍‌ ସେଣ୍ଟର ବିରଳ ରେକର୍ଡ କରିଛି।

ବିଏସ୍‌ସିଏଲ୍‌ର ସୂଚନା ଅନୁଯାୟୀ, ୧୪୧୨୭ ଜଣଙ୍କୁ ଫୋନ୍‌ କରି ଡାକ୍ତରୀ ପରାମର୍ଶ ଦିଆଯାଇଛି। ରେଡ୍‌ ଫ୍ଲାଗ୍ ଆକ୍ରାନ୍ତଙ୍କୁ ପ୍ରତିଦିନ ଫୋନ୍‌ କରାଯାଉଥିବାରୁ, ଲୋକ ଟିକା ଓ ଟେଷ୍ଟିଂ ପାଇଁ ଫୋନ୍‌ କରି ବୁକିଂ କରୁଥିବାରୁ ଏହା ବିରଳ ରେକର୍ଡ କରିଛି। ଏବେ ଡାକ୍ତରଙ୍କ ବାଦ୍‌ ୪୮ଜଣ କଲ୍‌ ଏକଜିକ୍ୟୁଟିଭ୍ ତିନିଟି ସିଫ୍ଟରେ କାମ କରୁଛନ୍ତି। ଏଠାରେ ୩୫ଟି ଲାଇନ୍ ଥିବା ବେଳେ ଏଥିରୁ ୧୫ଟି ଫୋନ୍‌ ରିସିଭ୍‌ କରିବାକୁ ଅଛି। ୫ଟି ରେଡ୍‌ଫ୍ଲାଗ୍ ଆକ୍ରାନ୍ତ ଓ ଅନ୍ୟ ଆକ୍ରାନ୍ତଙ୍କୁ ଫୋନ୍‌ କରିବାକୁ ଥିବା ବେଳେ ୮ଟି ଡାକ୍ତରମାନେ ଫୋନ୍‌ କରି ପରାମର୍ଶ ଦେବାକୁ ଅଛି। ୪ଟି ଟିକା ଓ ଟେଷ୍ଟିଂ ପଞ୍ଜୀକରଣ ପାଇଁ ଅଛି। ବିଏମ୍‌ସି କମିସନର ସଂଜୟ ସିଂହ କହିଛନ୍ତି ଯେ ରାଜଧାନୀବାସୀଙ୍କୁ ୧୯୨୯ ନମ୍ବର ମାଧ୍ୟରେ କୋଭିଡ୍‌ ସମ୍ବନ୍ଧୀୟ ସବୁପ୍ରକାରର ସହଯୋଗ ଯୋଗାଇ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe