କରୋନା ମୁକାବିଲାରେ ନିର୍ଣ୍ଣା‌ୟକ ଭୂମିକା ନେଉଛି ୧୯୨୯: ଆସୁଛି ୭୦୦, ଯାଉଛି ୬ହଜାର କଲ୍‌

Advertisment
କରୋନା ମୁକାବିଲାରେ ନିର୍ଣ୍ଣା‌ୟକ ଭୂମିକା ନେଉଛି ୧୯୨୯: ଆସୁଛି ୭୦୦, ଯାଉଛି ୬ହଜାର କଲ୍‌

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସାରା ରାଜଧାନୀରେ କରୋନାଯୋଦ୍ଧା ଛାଇ ଯାଇଛନ୍ତି। ପୁଲିସରୁ ଆରମ୍ଭ କରି ବିଏମ୍‌ସି, ସ୍ବାସ୍ଥ୍ୟ ବିଭାଗ, ହସ୍ପିଟାଲ କର୍ମଚାରୀ, ଆଶା, ଅଙ୍ଗନୱାଡି କର୍ମଚାରୀ, ଅଗ୍ନିଶମ ବିଭାଗ କର୍ମଚାରୀ, ସଫେଇ କର୍ମଚାରୀ ସମସ୍ତେ କାମ କରୁଛନ୍ତି। ଲୋକ ଯେପରି ଘରୁ ନ ବାହାରିବେ, ସଙ୍ଗରୋଧରେ ରହୁଛନ୍ତି କି ନାହିଁ, ଲୋକଙ୍କ ପାଖରେ ସବୁ ସେବା ପହଞ୍ଚିବ, ଘରେ ରହି ଲୋକ ଚକିତ୍ସିତ ହେବାଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପର୍ଯ୍ୟନ୍ତ ସବୁକୁ ନିୟନ୍ତ୍ରଣ କରୁଛି ଭୁବନେଶ୍ବର ଅପରେସନ ସେଣ୍ଟର। କିଏ କେଉଁଠିକୁ ଯିବେ, ‌ଆକ୍ରାନ୍ତଙ୍କୁ ସେବା ଯୋଗାଇବା ପର୍ଯ୍ୟନ୍ତ ସବୁ ଭୁବନେଶ୍ବର ଅପରେସନ୍ ସେଣ୍ଟର (ବିଓସି)ର ଟୋଲ୍‌ ଫ୍ରି ନମ୍ବର ୧୯୨୯ ଦ୍ବାରା ପରିଚାଳିତ ହେଉଛି। କରୋନା ମହାମାରୀ ସମୟରେ ରାଜଧାନୀବାସୀଙ୍କ ଲାଇଫ୍‌ଲାଇନ୍ ସାଜିଛି ୧୯୨୯ନମ୍ବର। କରୋନା ସମ୍ବନ୍ଧୀୟ ସମସ୍ତ ସୂଚନାଠାରୁ ଆରମ୍ଭ କରି ସବୁ ପ୍ରକାରର ସେବା ଯୋଗାଇବା ପର୍ଯ୍ୟନ୍ତ କାର୍ଯ୍ୟ କରୁଛି ଭୁବନେଶ୍ବର ଅପରେସନ୍ ସେଣ୍ଟର। ଏବେ ଏଠାକୁ ଦିନକୁ ପ୍ରାୟ ୭୦୦ କଲ୍‌ ଆସୁଥିବା ବେଳେ ୬ ହଜାର କଲ୍‌ ଲୋକଙ୍କୁ କରାଯାଉଛି ବୋଲି ଜଣାପଡ଼ିଛି।

ଏବେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଭୁବନେଶ୍ବର ସ୍ମାର୍ଟ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମ ଚନ୍ଦ୍ର ‌ଚୌଧରୀ ଜୁଲାଇ ୧୬ରୁ ଏହାର ପ୍ରତ୍ୟେକ୍ଷ ନେତୃତ୍ବ ନେଉଛନ୍ତି। ଦୁଇଟି ସିଫ୍ଟରେ ଏବେ କର୍ମଚାରୀ ଏଠାରେ ଲୋକଙ୍କୁ ସେବା ଯୋଗାଉଛନ୍ତି। ସକାଳ ୮ଟାରୁ ଅପରାହ୍‌ଣ ୨ଟା ଏବଂ ଅପରାହ୍‌ଣ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କଣ୍ଟ୍ରୋଲ ରୁମ୍‌ ଖୋଲା ରହୁଛି। ଭୁବନେଶ୍ବର ଅପରେସନ ସେଣ୍ଟରର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏବେ ୧୯୨୯ ନମ୍ବର ଦ୍ବାରା ଗୃହ ସଙ୍ଗରୋଧ କେସ୍‌, କୋଭିଡ କେୟାର ସେବା‌ ଏବଂ ହସ୍ପିଟାଲରେ ମିଳୁଥିବା ସେବାଗୁଡ଼ିକୁ ପରିଚାଳନା କରିବା ସହ ମତାମତ ଗ୍ରହଣ କରାଯାଉଛି, ବିମାନରେ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ସୂଚନା ରଖିବା, କରୋନା ଯୋଦ୍ଧା ଯଥା ଡାକ୍ତର, ଏନଫୋର୍ସମେଣ୍ଟ ଟିମ୍‌, କୋଭିଡ ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରୁଥିବା କର୍ମଚାରୀ, ଗୃହ ସଙ୍ଗରୋଧ କରୁଥିବା ଟିମ୍‌ ସହ ଯୋଗାଯୋଗ ରଖୁଛି। ଆଇସିୟୁରେ ରହୁଥିବା ସମସ୍ତ ଆକ୍ରାନ୍ତଙ୍କ ସୂଚନା ବି ବିଏମ୍‌ସି ରଖୁଛି। ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ଟାରେ ବିଓସି ପକ୍ଷରୁ ବିଏମ୍‌ସିରେ ଖୋଲିଥିବା କେନ୍ଦ୍ରୀୟ କଣ୍ଟ୍ରୋଲ ରୁମ୍‌ ସହ ଯୋଗାଯୋଗ କରି ସୂଚନା ଦିଆଯାଉଛି। ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୨୪ରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ହୋଇଥିବା ଲକଡାଉନ୍‌ରେ ବିଓସିକୁ ୯୫୦୦ଟି ଫୋନ୍‌ କଲ୍‌ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe