Advertisment

ପ୍ରଦର୍ଶିତ ହେବ ୧୯୭୭ର, ରକ୍ତ ଗୋଲାପ

Advertisment
ପ୍ରଦର୍ଶିତ ହେବ ୧୯୭୭ର, ରକ୍ତ ଗୋଲାପ

ଭୁବନେଶ୍ବର: ପତି ପତ୍ନୀର ସମ୍ପର୍କ ଏବଂ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ ପ୍ରଦର୍ଶିତ ହେବ। କୋରାପୁଟ ଓ ଜୟପୁରରୁ ପ୍ରଥମ କରି ପ୍ରଯୋଜିତ ଏହି ଚଳଚ୍ଚିତ୍ରକୁ ଆସନ୍ତା ୨୯ ତାରିଖ ଜୟଦେବ ଭବନରେ ଦେଖିବାର ସୁଯୋଗ ନେଇପାରିବେ ଦର୍ଶକ। ଧନଞ୍ଜୟ ଶତପଥୀଙ୍କ ପ୍ରଥମ ଓ ଶେଷ ସଂଗୀତ ନିର୍ଦେଶିତ ଏହି ଚଳଚ୍ଚିତ୍ରର ସଂଗୀତ ଆଜି ବି ସଂଗୀତ ପ୍ରେମୀ ଝୁରି ହୁଅନ୍ତି। ବିଶେଷକରି ଅକ୍ଷୟ ମହାନ୍ତି ଗାଇଥିବା ‘ମମତାର ମଧୁମତି ସରମି ଲତିକା..ଏବଂ ‘ଆଖିରେ ଆଖିରେ ଦେଲେ ତୁ ଯୋଖିରେ... ଗୀତ ଦୁଇଟି ଆଜି ବି ଲୋକପ୍ରିୟ ହୋଇ ରହିଛି। ସେହିପରି ପ୍ରଣବ ପଟ୍ଟନାୟକ ଗାଇଥିବା ‘ମନ ରସିଆରେ ମନ ଚୋରି କଲୁ.. ଗୀତଟି ମଧ୍ୟ ଲୋକପ୍ରିୟତା ବଜାୟ ରଖିଛି।

ଡ. ବିଜୟ ନନ୍ଦଙ୍କ ରଚିତ ନାଟକ ‘ପାଗଳ’ର ଅବଲମ୍ବନରେ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଥିଲା। ଏଥିରେ ଶ୍ରୀରାମ ପଣ୍ଡା, ବନଜା ମହାନ୍ତି, ସୁରେଶ ମିଶ୍ର, ନିତ୍ୟାନନ୍ଦ ଦାସ, ଶାନ୍ତିଲତା ଦାସ ପ୍ରମୁଖ ଅଭିନୟ କରିଥିଲେ। ‌ଫିଲ୍ମ ଜର୍ଣ୍ଣାଲିଷ୍ଟ୍‌ ଫୋରମ୍‌ ପକ୍ଷରୁ ‘ସ୍ମୃତିଛାୟା‌’ କାର୍ଯ୍ୟକ୍ରମରେ ଏହି ଚଳଚ୍ଚିତ୍ର ଉପଭୋଗ କରିବାର ସୁଯୋଗ ମିଳିବ। ଏଥିସହ ଚଳଚ୍ଚିତ୍ର ସହ ଜଡ଼ିତ କଳାକାରଙ୍କ ଅଭିଜ୍ଞତାକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଏକ ପୁସ୍ତିକା ଉନ୍ମୋଚିତ ହେବ। ଫିଲ୍ମ ସହ ସମ୍ପୃକ୍ତ ସୁରେଶ ମିଶ୍ର, ବନଜା ମହାନ୍ତି, ରମେଶ ପାଣିଗ୍ରାହୀ ଏବଂ ଶଶାଙ୍କ ଶେଖର ମିଶ୍ରଙ୍କୁ ଏହି ଅବସରରେ ସମ୍ବର୍ଧିତ କରାଯିବ ବୋଲି ଫୋରମ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe