୧୯୮୧ ରାଉରକେଲା ସରକାରୀ କଲେଜ ଛାତ୍ରଙ୍କ ବନ୍ଧୁମିଳନ ଅଭୁଲା

Advertisment
୧୯୮୧ ରାଉରକେଲା ସରକାରୀ କଲେଜ ଛାତ୍ରଙ୍କ ବନ୍ଧୁମିଳନ ଅଭୁଲା

ଭୁବନେଶ୍ୱର: ରବିବାର ଦିନ ହୋଟେଲ୍‌ ରୟାଲ୍‌ ମିଡ୍‌ଟାଉନ୍‌ରେ ଅନୁଷ୍ଠିତ ରାଉରକେଲା ସରକାରୀ କଲେଜ ୧୯୮୧ ବ୍ୟାଚ୍‌ ସ୍ନାତକ କଳା ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ ଆବେଗଭରା ହୋଇଥିଲା। ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମରେ କଲେଜର ୫ଜଣ ପ୍ରାକ୍ତନ ପ୍ରଫେସରଙ୍କୁ ସମ୍ବର୍ଧନା କରାଯାଇଥିଲା। ସେମାନେ ହେଉଛନ୍ତି ପ୍ରଫେସର ଏମ୍‌.ଏ.ଓ୍ଵାହିଦ୍‌, ଶଶିକଳା ପଟ୍ଟନାୟକ, ସନତ ଦାସପଟ୍ଟନାୟକ, ରାଘବେନ୍ଦ୍ର ମହାପାତ୍ର ଓ ନଟବର ରାଉତ। ସମ୍ବର୍ଧନାର ଉତ୍ତରରେ ସେମାନେ କଲେଜ ଏବଂ ଛାତ୍ରଛାତ୍ରୀଙ୍କ ସହିତ ନିଜ ନିଜର ଆବେଗଭରା ଅନୁଭୂତି ବାଣ୍ଟିବା ସହିତ ଉପାଦେୟ ପରାମର୍ଶମାନ ଦେଇଥିଲେ। ସେହିପରି ପ୍ରାକ୍ତନ ଛାତ୍ରଛାତ୍ରୀମାନେ ବନ୍ଧୁତ୍ୱର ନିଜସ୍ୱ ଅନୁଭୂତି ବ୍ୟକ୍ତ କରିଥିଲେ। ବିଭିନ୍ନ ପର୍ଯ୍ୟାୟରେ ମନୋରଂଜନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଏଭଳି ବନ୍ଧୁ ମିଳନ ଅଭୁଲା ବୋଲି ଅଭିହିତ କରିଥିଲେ ପ୍ରାକ୍ତନ ଛାତ୍ରଛାତ୍ରୀ ଦୀପିକା, ରୁପା, ସୁଜାତା, ଆଦିକନ୍ଦ, ଅଦ୍ୱୈତ, ଅଶୋକ, ଅମର, ଇଶାନ, ନିରୋଜ, ଇମ୍‌ତିଆଜ୍‌, ଧୀରେନ୍ଦ୍ର, ପ୍ରବୋଧ, ଉପେନ୍ଦ୍ର, ସୁକୁମାର, ସୁବ୍ରତ, ନାରାୟଣ, ଚଣ୍ଡିପ୍ରସାଦ, ପ୍ରକାଶ, ଉମେଶ, ଲଲାଟେନ୍ଦୁ, ସୁବୋଧ, ଗୁଣଗ୍ରାହୀ ପ୍ରମୁଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe