ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଯୋଗଦେବେ ଐତିହାସିକ ହର୍‌ମାନ୍‌ କୁଲ୍‌କେ

Advertisment
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଯୋଗଦେବେ ଐତିହାସିକ ହର୍‌ମାନ୍‌ କୁଲ୍‌କେ

Frontline - The Hindu

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଥମ ଦିନରେ ଐତିହାସିକ ପଦ୍ମଶ୍ରୀ ହର୍‌ମାନ୍‌ କୁଲ୍‌କେ ଯୋଗଦେବେ। ଜର୍ମାନୀର ବର୍ଲିନ ଜନ୍ମିତ ପ୍ରଫେସର କୁଲ୍‌କେଙ୍କର ଓଡ଼ିଶା ସମ୍ପର୍କ ଅତ୍ୟନ୍ତ ନିବିଡ଼। ରାଜ୍ୟର କଳା, ସଂସ୍କୃତିକୁ ପ୍ରତି ମଧ୍ୟ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି। ସେ ଓଡ଼ିଶାର ଇତିହାସକୁ ନେଇ ଅନେକ ଗବେଷଣାତ୍ମକ ପ୍ରବନ୍ଧ ମାନ ପ୍ରକାଶ କରିଛନ୍ତି। ସେ ୧୯୭୦ରୁ ୧୯୭୫ ମସିହା ମଧ୍ୟରେ ଓଡ଼ିଶା ଗବେଷଣା ପ୍ରକଳ୍ପର ପ୍ରତିଷ୍ଠାତା ସଦସ୍ୟ ରହିବା ସହ ସଂଯୋଜକ ଭାବେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇଛନ୍ତି। ସେହିଭଳି ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୯୭୮ରୁ ୧୯୭୯ ମସିହା ମଧ୍ୟରେ ଭିଜିଟିଂ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ଅନ୍ୟପକ୍ଷରେ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଶାର ଆଞ୍ଚଳିକ ପରମ୍ପରା, ଓଡ଼ିଶା ଓ ଭାରତର ସାଂସ୍କୃତିକ ଐକ୍ୟ, ଓଡ଼ିଶାର ରୂପରେଖ, ଜଗନ୍ନାଥ ସଂସ୍କୃତି ଓ ଗଜପତି ପରମ୍ପରା, ଓଡ଼ିଶାର କୁର୍ମୀ ସମ୍ପ୍ରଦାୟ, ଓଡିଶା ଓ ବିଜୟନଗରର ମଧ୍ୟଯୁଗୀୟ ଇତିହାସ ଉପରେ ବିଭିନ୍ନ ଲେଖାମାନ ଲେଖି ଓଡ଼ିଶାର ନିକଟତର ହୋଇପାରିଛନ୍ତି। ଏହି ସମ୍ମିଳନୀ ଆସନ୍ତା ଫେବ୍ରୁଆରି ୩ରୁ ୫ ତାରିଖ ମଧ୍ୟରେ ସ୍ଥାନୀୟ ଜନତା ମଇଦାନରେ ଅନୁଷ୍ଠିତ ହେବ। ଏଥିରେ ଆଦିକବି ସାରଳା ଦାସ, ଅତିବଡ଼ୀ ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଚାରୋଟି କକ୍ଷରେ ଓଡ଼ିଆ ଭାଷାକୁ ନେଇ ବିଭିନ୍ନ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ତଥ୍ୟଭିତ୍ତିକ ଆଲୋଚନା ହେବ। ଏଥିରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe