ମିକ୍ସର୍‌ ମେସିନ୍‌ ବିକ୍ରି ସଂସ୍ଥାରୁ ସାଢ଼େ ୨୧ଲକ୍ଷ ଠକେଇ, ପୂର୍ବତନ କର୍ମଚାରୀ ଗିରଫ

Advertisment
ବିଜେବି କଲେଜ ଗଣ୍ଡଗୋଳ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

Image Courtesy of India Today

ଭୁବନେଶ୍ବର: ଏକ ମିକ୍ସର୍‌ ମେସିନ୍‌ ସଂସ୍ଥାରୁ ୨୧ ଲକ୍ଷ ଠକିନେବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ସଂସ୍ଥାର ପୂର୍ବତନ କର୍ମଚାରୀକୁ ବିହାରର ପାଟଣାରୁ ଗିରଫ କରିଛି। ସେ ହେଲା, ବିହାର ପାଟଣା ଅଞ୍ଚଳର ରତ୍ନେଶ ସିଂ ଓରଫ୍‌ ପିଣ୍ଟୁ(୩୪)। ସ୍ଥାନୀୟ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ବର ଅଣାଯାଇଥିଲା। ଆଜି ତାକୁ ଥାନାରେ ଜେରା ପରେ କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ, ଗତବର୍ଷ ପିଣ୍ଟୁ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ପ୍ରିଜିମ୍‌ ଜନସନ୍‌ ଆରସିଏମ-ଇଣ୍ଡିଆ ନାମକ ସଂସ୍ଥାରେ ଆସିଷ୍ଟାଣ୍ଟ ମ୍ୟାନେଜର୍‌ ଭାବେ ଯୋଗ ଦେଇଥିଲେ। ସେତେବେଳେ ସଂସ୍ଥା ପକ୍ଷରୁ ବିକ୍ରି ହୋଇଥିବା ସବୁ ମିକ୍ସର୍‌ ମେସିନ୍‌ ବାବଦ ଟଙ୍କା ପିଣ୍ଟୁ ନିଜ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲା। ୩ ମାସ ତଳେ ତା’ର ପାଟଣାକୁ ବଦଳି ପରେ ଅନ୍ୟଜଣେ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଥିଲା। ଆକାଉଣ୍ଟ ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ସଂସ୍ଥାର ସାଢ଼େ ୨୧ଲକ୍ଷ ଟଙ୍କା ଗ୍ରାହକଙ୍କ ପାଖରେ ରହିଛି। ତେଣୁ ଗ୍ରାହକଙ୍କ ସହ ଯୋଗାଯୋଗ କରାଯାଇ ଟଙ୍କା ଜମା କରିବାକୁ କୁହାଯାଇଥିଲା। ହେଲେ ସେମାନେ ଟଙ୍କା ଜମା କରିସାରିଥିବା କହିଥିଲେ। ଖୋଳତାଡ଼ ପରେ ଜଣାପଡ଼ିଥିଲା ଯେ ପିଣ୍ଟୁ ଗ୍ରାହକଙ୍କଠାରୁ ଟଙ୍କା ଆଦାୟ କରିଥିଲେ ହେଁ ସଂସ୍ଥା ଆକାଉଣ୍ଟରେ ଜମା ନ କରି ହରଣଚାଳ କରିଛି। ଏ ସଂପର୍କରେ ସଂସ୍ଥାର ପ୍ରଣୟ ମହାନ୍ତି ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe