ବିଦ୍ୟୁତ୍ ବିଲ୍ ଆଦାୟ ନାଁରେ ୨.୭୫ ଲକ୍ଷ ଚଳୁ

Advertisment

ସାଇବର ଥାନାରେ ଅନୁରୂପ ୧୦ ମାମଲା

ସାଇବର ଥାନାରେ ଅନୁରୂପ ୧୦ ମାମଲା

ବିଦ୍ୟୁତ୍ ବିଲ୍ ଆଦାୟ ନାଁରେ ୨.୭୫ ଲକ୍ଷ ଚଳୁ

OdishaTV

ଭୁବନେଶ୍ବର: ନିଜକୁ ଟିପିସିଓଡିଏଲ୍‌ ଅଧିକାରୀ ବୋଲି ପରିଚୟ ଦେଇ ବକେୟା ବିଦ୍ୟୁତ୍ ବିଲ୍ ଆଦାୟ କରିବା ବାହାନାରେ ସାଇବର ଠକ ଜଣେ ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ୨.୭୫ ଲକ୍ଷ ଟଙ୍କା ଉଡ଼ାଇ ନେଇଛି। ଠକେଇର ଶିକାର ହୋଇଥିବା ଆର୍‌ ମହାପାତ୍ର ଏନେଇ ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଶ୍ରୀ ମହାପାତ୍ରଙ୍କ କହିବା କଥା ତାଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ମେସେଜ୍ ଆସିଥିଲା।

ଆସନ୍ତା ୪୮ଘଣ୍ଟା ମଧ୍ୟରେ ବକେୟା ବିଦ୍ୟୁତ୍ ବିଲ୍ ନ ଦେଲେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି ମେ‌ସେଜ୍‌ରେ ଉଲ୍ଲେଖ ଥିଲା। ଏହି ମେସେଜ୍ ପାଇବା ପରେ ଶ୍ରୀ ମହାପାତ୍ର ସେଥିରେ ଥିବା ନମ୍ବରକୁ ଫୋନ୍ କରିଥିଲେ। ସାଇବର ଠକ ତାଙ୍କୁ ଅନ୍‌ଲାଇନ୍‌ ପେମେଣ୍ଟ କରିବାକୁ କହି ତାଙ୍କ କ୍ରେଡିଟ୍ କାର୍ଡ ନମ୍ବର ମାଗି ନେଇଥିଲା। ଏହା ପରେ ୫ଟି ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟ୍‌ରୁ ୨ଲକ୍ଷ ୭୫ହଜାର ଟଙ୍କା କଟିଯାଇଥିଲା। ଏତେ ଟଙ୍କା କଟିଯିବା ପରେ ଶ୍ରୀ ମହାପାତ୍ର ଘଟଣା କ’ଣ ଜାଣିବାକୁ ଉକ୍ତ ନମ୍ବରକୁ ଫୋନ୍ କରିଥିଲେ। କିନ୍ତୁ ମୋବାଇଲ୍‌ ସୁଇଚ୍‌ଅଫ୍‌ ହୋଇଯାଇଥିଲା। ସାଇବର ଥାନା ସୂତ୍ରରୁ ମିଳିଥିବା ଖବର ଅନୁସାରେ ଅନୁରୂପଭାବେ ସାଇବର ଠକ ଦ୍ବାରା ଶିକାର ହୋଇଥିବା ୧୦ରୁ ଅଧିକ ବ୍ୟକ୍ତି ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe