ପୂଜା ମଣ୍ଡପ ନିକଟରେ ଖଣ୍ଡା ବୁଲାଇ ୨ ଗିରଫ

Advertisment
ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ଚନ୍ଦ୍ରଶେଖରପୁର: ଗଣେଶ ପୂଜା ମଣ୍ଡପ ନିକଟରେ ଖଣ୍ଡା ବୁଲାଇ ଉତ୍ପାତ କରୁଥିବା ଜଣେ ଯୁବକ ଓ ଜଣେ ମହିଳାଙ୍କୁ ଇନ୍‌ଫୋସିଟି ଥାନା ପୁଲିସ୍ ଗିରଫ କରିଛି। ସେମାନେ ହେଲେ କଲ୍ୟାଣୀନଗର ବନଫୁଲ ବସ୍ତିର ବାପି ନାଏକ (୨୯) ଓ ରେଶମା ନାଏକ (୨୫)। ସେମାନଙ୍କ ନିକଟରୁ ପୁଲିସ୍ ଗୋଟିଏ ଖଣ୍ଡା ଜବତ କରିଛି। ଘଟଣା ଅନୁଯାୟୀ ଗତକାଲି ବନଫୁଲ ବସ୍ତିରେ ଗଣେଶ ପୂଜା ଚାଲିଥିଲା। ଏହି ପୂଜାକୁ ବିରୋଧ କରି ବାପି, ରେଶମା ଓ ଆଉ କିଛି ଯୁବକ ସେଠା‌ରେ ପହଞ୍ଚି ଗଣ୍ଡ‌ଗୋଳ କରିଥିଲେ।

ସେମାନେ ଖଣ୍ଡା ବୁଲାଇ ଉତ୍ପାତ କରିଥିଲେ ଓ ପୂଜାର ଆୟୋଜକମାନଙ୍କୁ ଧମକଚମକ ଦେଇଥିଲେ। ପୂଜା କମିଟି ପକ୍ଷରୁ ତୁରନ୍ତ ଇନ୍‌ଫୋସିଟି ଥାନା ପୁଲିସ୍‌କୁ ଖବର ଦିଆଯାଇଥିଲା। ପିସିଆର୍ ପହଞ୍ଚିବା ପରେ ମଧ୍ୟ ଅଭିଯୁକ୍ତମାନେ ଅଧିକ ଉତ୍ପାତ କରିଥିଲେ ଓ ପୂଜା ଆୟୋଜନ କରିଥିବା ଯୁବକମାନଙ୍କୁ ହତ୍ୟା ଧମକ ଦେଇଥିଲେ। ଖବର ପାଇ ନିଜେ ଆଇଆଇସି ସମିତା ମିଶ୍ର ସେଠାରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲେ। ଅନ୍ୟମାନେ ଫେରାର୍‌ ହୋଇଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବାପି ଓ ରେଶମା ଧରା ପଡ଼ିଯାଇଥିଲେ। ସେମାନଙ୍କୁ ଆଜି କୋର୍ଟ ଚାଲଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe