ଧରାପଡ଼ିଲେ ୨ ଏଟିଏମ୍‌ ଲୁଟେରା: କଟରରେ କାଟୁକାଟୁ ନିଆଁ ଲାଗିଗଲା

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ସ୍ବାମୀ ଓ ଶ୍ବଶୁର ଗିରଫ, ୩୦ ଘଣ୍ଟା ପରେ ଶବସତ୍କାର

Image Courtesy of India Today

ଭୁବନେଶ୍ବର: ଆଜି ବିଳମ୍ବିତ ରାତିରେ ୮ ନମ୍ବର ଡିଏଭି ସ୍କୁଲ୍‌ ନିକଟସ୍ଥ ଏଟିଏମ୍‌ କାଟି ଲୁଟ୍‌ ଉଦ୍ୟମ କରୁଥିବା ବେଳେ ୨ ଲୁଟେରା ପୁଲିସ ପଞ୍ଝାରେ ପଡ଼ିଛନ୍ତି। ସେମାନଙ୍କ ପରିଚୟ ଜଣାପଡ଼ିନାହିଁ। ନୂଆପଲ୍ଲୀ ଥାନା ପୁଲିସ ସେମାନଙ୍କୁ ଥାନାକୁ ନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି। ତେବେ ସେମାନେ ଗ୍ୟାସ୍‌ କଟର୍‌ରେ ଏଟିଏମ୍‌ ଚାମ୍ବର କାଟୁଥିବା ବେଳେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ପୁଲିସ ଓ ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିଛନ୍ତି।

ସୂଚନାନୁସାରେ ରାତି ପ୍ରାୟ ୧ଟା ବେଳେ ଲୁଟେରା ଦ୍ବୟ ଉକ୍ତ ଏଟିଏମ୍‌ରେ ପ୍ରବେଶ କରିଥିଲେ। ନିଛାଟିଆ ରାସ୍ତା ଦେଖି ସେମାନେ ଏହି ଏଟିଏମ୍‌କୁ ଟାର୍ଗେଟ୍‌ କରିଥିଲେ। ମାତ୍ର କୌଣସି ସୂତ୍ରରୁ ଖବର ପାଇ ପୁଲିସ ଟିମ୍‌ ସେଠାରେ ପହଞ୍ଚିଯାଇଥିଲା। ପୁଲିସକୁ ଦେଖି ସେମାନେ ଗ୍ୟାସ୍‌ କଟର୍ ଛାଡ଼ି ସେଠାରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ଫଳରେ ଗ୍ୟାସ୍‌ କଟର୍ ରୁ ଏଟିଏମ୍‌ରେ ନିଆଁ ଲାଗି ଯାଇଥିଲା। ତେବେ ସେମାନେ ଖସିଯିବା ପୂର୍ବରୁ ପୁଲିସ ସେମାନଙ୍କୁ କାବୁ କରିନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe