ରାଜଧାନୀରେ ୨ କରୋନା ମୃତ୍ୟୁ !

Advertisment

ଦିନକରେ ୨୧୫ ଚିହ୍ନଟ, ସଂଖ୍ୟା ୨୩୬୫କୁ ବୃଦ୍ଧି

ଦିନକରେ ୨୧୫ ଚିହ୍ନଟ, ସଂଖ୍ୟା ୨୩୬୫କୁ ବୃଦ୍ଧି

ପତାକା ଉତ୍ତୋଳନକୁ ନେଇ ସଂଘର୍ଷ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

image source--sisat

ଭୁବନେଶ୍ବର: ରାଜଧାନୀରେ ଆଜି ୨ଜଣଙ୍କ କରୋନା ଜନିତ ମୃତ୍ୟୁ ଘଟିଥିବା ଜଣାଯାଇଛି। ଗୋଟିଏ ଖାରବେଳ ନଗରରେ ଅନ୍ୟଟି ନୂଆପଲ୍ଲୀର ଏକ ବସ୍ତିରୁ। ଦୁହେଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଦୁଇ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇ ନାହିଁ। ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯିବା ପରେ ହିଁ ଏହା କୋଭିଡ କିମ୍ବା ଅଣ-କୋଭିଡ ମୃତ୍ୟୁ ବୋଲି ସ୍ପଷ୍ଟ ହେବ। ସୂଚନା ଅନୁସାରେ, ନୂଆପଲ୍ଲୀର ଏକ ବସ୍ତିର ୪୮ବର୍ଷର ବ୍ୟକ୍ତିଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କ ପରିବାର ଲୋକ ଆମ୍ବୁଲାନ୍‌ସ‌ରେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ମାତ୍ର ହସ୍ପିଟାଲରେ ସଂପୃକ୍ତ ବ୍ୟକ୍ତି ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମାତ୍ର ସେଠାରେ କୋଭିଡ୍‌ ପରୀକ୍ଷା କରାଯିବା ପରେ ବ୍ୟକ୍ତିଜଣକ ପଜିଟିଭ୍ ଥିବା ସ୍ପଷ୍ଟ ହୋଇଥିଲା। ସେହିପରି ଖାରବେଳନଗର ଅଞ୍ଚଳର ଜଣେ ବୃଦ୍ଧାଙ୍କ ଗତ ୨୬ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ବୃଦ୍ଧାଙ୍କ ମୃତ୍ୟୁ ପରେ ହସ୍ପିଟାଲରେ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା। ପରେ ନମୁନା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି।

ରାଜ୍ୟରେ ଏଭଳି ଅନେକ ରୋଗୀ ହସ୍ପିଟାଲର ଆଇସୋଲେସନ୍‌ ୱାର୍ଡରେ ହିଁ ପ୍ରାଣ ହରାଉଥିବା ନଜରକୁ ଆସିଛି। ଅନେକଙ୍କ କୋଭିଡ୍‌ ପରୀକ୍ଷା ମଧ୍ୟ ହେଉ ନ ଥିବା ଅଭିଯୋଗ ହେଉଛି। ଏସ୍‌ସିବି ମେଡିକାଲ ଓ ଏମ୍‌କେସିଜି ମେଡିକାଲ କଲେଜରେ ଏଭଳି ଅନେକ ରୋଗୀଙ୍କ ମୃତ୍ୟୁ ହୋଇଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe