ଯାଁଳା-ଓଗାଳପଡ଼ାରେ ୨ ଜଣଙ୍କ ସନ୍ଦେହଜନକ ମୃତ୍ୟୁ, ଜଣେ ଗୁରୁତର

Advertisment
୪୮ ଘଣ୍ଟା ରାଜପଥ କଡ଼ରେ ପଡ଼ି ରହିଲା ମୃତଦେହ, ସତ୍କାର କଲା ଦିବ୍ୟାଙ୍ଗ ନାତି

VectorStock

ଖଣ୍ଡଗିରି: ଗତକାଲି ଜଟଣୀ ଥାନା ଯାଁଳା ଫାଣ୍ଡି ଓଗାଳପଡ଼ା ଟାଙ୍ଗୀସାହିରେ ୨ ଜଣ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ସମାନ ଢଙ୍ଗରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ମୃତକମାନେ ହେଲେ ମଣ୍ଟୁ, ମାଗା ଓ ଚିକିତ୍ସାଧୀନ ଯୁବକ ହେଲେ ଭରତ। ମୃତାହତଙ୍କ ପରିବାର ପକ୍ଷରୁ କିଛି ଅଭିଯୋଗ ହୋଇନଥିଲେ ମଧ୍ୟ ଦୀର୍ଘ ଦିନର ମଦ ଅଭ୍ୟାସ ପାଇଁ ସେମାନଙ୍କ ଅବସ୍ଥା ଏଭଳି ହୋଇଥିବା ଚର୍ଚ୍ଚା ହେଉଛି। ଲକ୍‌ଡାଉନ୍‌ ଚାଲିଥିବାରୁ ସେମାନେ ହୁଏତ ଚୋରାରେ ବିଷାକ୍ତ ମଦ ସଂସ୍ପର୍ଶରେ ଆସିଥିବେ ବୋଲି ସନ୍ଦେହ କରି ସାହିରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପ୍ରକୃତ ସତ ଜଣାପଡ଼ିବ ବୋଲି ଯାଁଳା ଫାଣ୍ଡି ପୁଲିସ ସୂଚନା ଦେଇଛି।

ସୂଚନାନୁସାରେ ଗତ ରବିବାର ବିଳମ୍ବିତ ରାତି‌ରେ ମଣ୍ଟୁ ଓ ମାଗା ଝାଡ଼ାବାନ୍ତି ହୋଇ ସଂଜ୍ଞାହୀନ ହୋଇପଡ଼ିଥିଲେ। ହସ୍ପିଟାଲ ନେବା ପୂର୍ବରୁ ମଣ୍ଟୁ ଓ ଚିକିତ୍ସାଧୀନ ଅବସ୍ଥାରେ ମାଗାର ମୃତ୍ୟୁ ହୋଇଯାଇଥିଲା। ସୋମବାର ସକାଳେ ଠିକ୍ ସେମିତି ହିଁ ହଠାତ୍ ଭରତ ଅସୁସ୍ଥ ହୋଇପଡ଼ିଥିଲା। ତାକୁ ମଧ୍ୟ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe