ସତ୍‌ସଙ୍ଗବିହାର ଛକରେ ପୁଣି ଦୁର୍ଘଟଣା: ଗାଡ଼ି ଧକ୍କାରେ ୨ ମୃତ

ସତ୍‌ସଙ୍ଗବିହାର ଛକରେ ପୁଣି ଦୁର୍ଘଟଣା: ଗାଡ଼ି ଧକ୍କାରେ ୨ ମୃତ

ଭୁବନେଶ୍ୱର: ଭୁବନେଶ୍ବର-କଟକ ଜାତୀୟ ରାଜପଥର ସତ୍‌ସଙ୍ଗବିହାର ନିକଟ ଫ୍ଲାଏଓଭର୍‌ରେ ଆଜି ସଂଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା‌ରେ ୨ଜଣ ଯୁବକ ପ୍ରାଣ ହରାଇଛନ୍ତି। ଦୁଇ ମୃତକଙ୍କ ମଧ୍ୟରୁ ଜଣଙ୍କ ନାମ ଅର୍ମାନ୍‌ ଖାନ୍‌ ଓରଫ୍‌ ପପୁ ବୋଲି ଜଣାପଡ଼ିଛି। ଅନ୍ୟଜଣଙ୍କର ନାଁ ଜଣା ପଡ଼ିନାହିଁ। ଉଭୟଙ୍କ ଘର ରାଉରକେଲାରେ।

ଏଠାରେ ସାଲିଆସାହିରେ ରୁହନ୍ତି। ଆଜି ସଂଧ୍ୟା ପ୍ରାୟ ୮ଟା ୧୫ରେ ଉଭୟ ଏକ ବାଇକ୍‌‌‌‌ରେ ରସୁଲଗଡ଼ରୁ ସାଲିଆସାହି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ସେମାନେ ସତ୍‌ସଙ୍ଗବିହାର ନିକଟ ଫ୍ଲାଏଓଭର୍‌ରେ ଯାଉଥିବା ବେଳେ ପଛପଟୁ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଉପରେ ଚଢ଼ି ଯାଇଥିଲା।

publive-image

ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ସାମୟିକ ଉତ୍ତେଜନା ପ୍ରକାଶ ପାଇବା ସହ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ଉପୁଜିଥିଲା। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା କରି ଟ୍ରାଫିକ୍‌ ସ୍ବାଭାବିକ କରାଇଥିଲା। ପରେ ମୃତକଦ୍ବୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତକଙ୍କ ପରିବାରଲୋକଙ୍କୁ ଖବର ଦେଇଛି। ଆସନ୍ତାକାଲି ଉଭୟଙ୍କ ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ୍‌ କହିଛି। ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ଜଣାଯାଇଛି। ଏ ସଂପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe