ବାଲିଅନ୍ତା : ବାଳକାଟି ଫାଣ୍ଡି ଅନ୍ତର୍ଗତ ଶିଶିଲୋ ଭୋଇ ସାହିରେ ରବିବାର ଦୁଇ ପରିବାର ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଛି। ଏଥିରେ ଉଭୟ ପକ୍ଷରୁ ଦୁଇ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ବୟ ହେଲେ ଗୋଟିଏ ପକ୍ଷର ବୁଦ୍ଧନାଥ ବେହେରାଙ୍କ ପୁଅ ନାରାୟଣ ବେହେରା(୨୬) ଓ ଅନ୍ୟପକ୍ଷର ବିଶ୍ବନାଥ ଦାସ(୪୭)। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବିଶ୍ବନାଥଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସଂକଟାପନ୍ନ ଅଛି। ମା’ ମଙ୍ଗଳା ଘର ନିର୍ମାଣ ପାଇଁ ସେଠାରେ ଗଦା ହୋଇଥିବା ପଥରକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଗତକାଲି ରାତି ୧୧ଟା ସମୟରେ ବିବାଦର ସମାଧାନ ପାଇଁ ବୈଠକ ଚାଲିଥିବା ବେଳେ ବିଶ୍ବନାଥଙ୍କ ଆକ୍ରମଣରେ ନାରାୟଣ ଆହତ ହୋଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସାହିଲୋକ ବିଶ୍ବନାଥଙ୍କ ଘରେ ଚଢ଼ଉ କରି ତାଙ୍କୁ ମାଡ଼ ମାରିଥିଲେ। ଏନେଇ ବିଶ୍ବନାଥ ଆଜି ପୂର୍ବାହ୍ନରେ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରି ଘରକୁ ଫେରୁଥିବା ବେଳେ ବୁଦ୍ଧନାଥଙ୍କ ପରିବାର ଲୋକ ତାଙ୍କୁ ଆକ୍ରମଣ କରି ଆହତ କରି ଦେଇଥିଲେ। ସେହିପରି ଆଜି ସନ୍ଧ୍ୟାରେ ଯଶୁଆପୁର ଗ୍ରାମରେ ଅନୁରୂପ ଭାବେ ଦୁଇ ପରିବାର ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଛି। ଏଥିରେ ବସନ୍ତ ବେହେରା ନାମକ ଜଣେ ଯୁବକ ମଧ୍ୟ ଗୁରୁତର ଆହତ ହୋଇ ବାଳକାଟି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ୨ ଆହତ
Advertisment
Follow Us