ଗୁଡ଼ି ମାଞ୍ଜା ସୂତା ଲାଗି ୨ ଆହତ

ଗୁଡ଼ି ମାଞ୍ଜା ସୂତା ଲାଗି ୨ ଆହତ

ପୁରୁଣା ଭୁବନେଶ୍ୱର : ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ସହରର ଛାତ ଉପର ଓ ଖେଳ ପଡ଼ିଆମାନଙ୍କରେ ଶତାଧିକ ଯୁବକ ଓ ଛାତ୍ର ଗୁଡ଼ି ଉଡ଼ାଇଥିଲେ। ତେବେ ରାସ୍ତାଘାଟରେ ମାଞ୍ଜା ସୂତା ଯୋଗୁଁ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଆଜି ପୂର୍ବାହ୍ଣ ୧୦ଟାରେ ସ୍ଥାନୀୟ ବଡ଼ଦାଣ୍ଡ ସାହିର ରାକେଶ ରଥ ବାଇକ୍‌ରେ ଯିବା ବେଳେ ଗୋସାଗରେଶ୍ୱର ଛକଠାରେ ତାଙ୍କ କାନରେ ମାଞ୍ଜା ସୂତା ଲାଗି କାନ କଟି ଯାଇଥିଲା। ସେହିପରି ଅପରାହ୍ଣ ୨ଟାରେ ରଥ ଦାଣ୍ଡରେ ବାପୁଜୀନଗରର ଶ୍ରୀତମ ଦାସଙ୍କ ବେକରେ ମାଞ୍ଜ ସୂତା ଲାଗି ସମାନ୍ୟ କଟି ଯାଇଥିଲା। ଗୁଡ଼ି ଉଡ଼ାଇବା ବେଳେ ଏପରି ସୂତା ଯେପରି ବ୍ୟବହାର ନ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe