ଫୋନ୍‌ ପେ’ରୁ ନେଇଗଲେ ୨ଲକ୍ଷ ୧୫ ହଜାର

ଫୋନ୍‌ ପେ’ରୁ ନେଇଗଲେ ୨ଲକ୍ଷ ୧୫ ହଜାର

CreditMantri

ଭୁବନେଶ୍ୱର: ମୋବାଇଲ ଚୋରି କରି କେହି ଦୁର୍ବୃତ୍ତ ସେଥିରୁ ଫୋନ୍‌-ପେ’ ଜରିଆରେ ୨ଲକ୍ଷ ୧୫ହଜାର ଟଙ୍କା ଲୁଟି ନେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଠକାମିର ଶିକାର ବ୍ୟକ୍ତିଜଣକ ହେଲେ ଡେଲଟା ଛକ ନିକଟରେ ରହୁଥିବା ଦିଲ୍ଲୀପ କୁମାର ଅତିବୁଦ୍ଧି। କିଛି ଦିନ ତଳେ ଦିଲ୍ଲୀପ ପରିବା କିଣିବାକୁ ବଜାର ଯାଇଥିବା ବେଳେ ତାଙ୍କ ଘରୁ ମୋବାଇଲ୍‌ ଚୋରି ହୋଇଯାଇଥିଲା।

ତେଣୁ ସେ ସେହି ନମ୍ବରର ଏକ ନୂଆ ସିମ୍‌ ପାଇଁ ଆବେଦନ କରିଥିଲେ। ୨/୩ ଦିନ ମଧ୍ୟରେ ଦିଲ୍ଲୀପଙ୍କୁ ସେହି ନମ୍ବର ନୂଆ ସିମ୍‌ ମିଳି ଯାଇଥିଲା। ତେବେ ତାହାକୁ ବ୍ୟବହାର କରିବା ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଫୋନ୍‌-ପେ ଆକାଉଣ୍ଟରୁ ୨ଲକ୍ଷ ୧୫ହଜାର ଟଙ୍କା ଦୁର୍ବୃତ୍ତମାନେ ଉଠାଇ ନେଇଛନ୍ତି। ଏ ସଂପର୍କରେ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ତାଙ୍କ ଘର ନିକଟ ଗ୍ୟାରେଜ୍‌ରେ କାମ କରୁଥିବା ୪ଜଣ ଯୁବକ ଏ କାମ କରିଛନ୍ତି ବୋଲି ଦିଲ୍ଲୀପ ଏତଲାରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe