ଟଙ୍କା ଫେରସ୍ତ କରିବା ଆଳରେ ନେଇଗଲେ ୨ଲକ୍ଷ

Advertisment
ଟଙ୍କା ଫେରସ୍ତ କରିବା ଆଳରେ ନେଇଗଲେ ୨ଲକ୍ଷ

ଭୁବନେଶ୍ବର: ସାର୍‌ ଆମ ସାଇଟ୍‌ ହ୍ୟାକ୍‌ ହୋଇଛି। ଆପଣଙ୍କ ଅର୍ଡର୍‌ ବି କ୍ୟାନସଲ୍‌ ହୋଇଯାଇଛି। ଆକାଉଣ୍ଟ ଡିଟେଲ୍ସ ଦିଅନ୍ତୁ, ଟଙ୍କା ଫେରାଇଦେବୁ। ଏମିତି ଟଙ୍କା ଫେରସ୍ତ ଆଳରେ ଜଣେ ଗ୍ରାହକଙ୍କଠାରୁ ୨ଲକ୍ଷ ଲୁଟି ନେଇଛନ୍ତି ସାଇବର୍‌ ଠକ। ଠକେଇର ଶିକାର ହୋଇଥିବା ହର୍ଷବର୍ଦ୍ଧନ ମାରିପୁଡ଼ି ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ପରେ ଘଟଣା ପଦାକୁ ଆସିଛି।

ସୂଚନା ମୁତାବକ, ଗତ ମାର୍ଚ୍ଚ ୭ ତାରିଖରେ ହର୍ଷବର୍ଦ୍ଧନ ଅନ୍‌ଲାଇନ୍‌ ସଂସ୍ଥା ଗୋ-ନଏଜ୍‌ରେ ୫ହଜାର ଟଙ୍କା ଦେଇ ଏକ ଇଅର ବଡ୍‌ ଅର୍ଡର କରିଥିଲେ। ଦୁଇଦିନ ପରେ ଏକ ଅଜଣା ନମ୍ବରରୁ ତାଙ୍କୁ କଲ୍‌ ଅସିଥିଲା। ଜଣେ ଯୁବକ ଗୋ-ନଏଜ୍‌ର କର୍ମଚାରୀ କହି ପରିଚୟ ଦେଇ କହିଥିଲେ ଯେ ସଂସ୍ଥା ସାଇଟ୍‌ ହ୍ୟାକ୍‌ ହୋଇଯାଇଛି। ଟଙ୍କା ଫେରସ୍ତ ପାଇଁ ହର୍ଷବର୍ଦ୍ଧନଙ୍କ ବ୍ୟାଙ୍କ ଡିଟେଲ୍ସ ନେଇଥିଲେ। ବ୍ୟାଙ୍କ ତଥ୍ୟ ନେବାର କିଛି ସମୟ ମଧ୍ୟରେ ୪ ଥରରେ ୯୮୦୦ ଟଙ୍କା, ଥରେ ୫୧ ହଜାର ଟଙ୍କା, ପୁଣି ୪୦ ହଜାର ଟଙ୍କା; ଏମିତି ପାଖାପାଖି ୨ଲକ୍ଷ ଟଙ୍କା କଟି ଯାଇଥିଲା। ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଏନେଇ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe