କାୟା ମେଲାଉଛି ବ୍ରାଉନସୁଗାର; ନିଶା ବଳୟରେ ରାଜଧାନୀ

Advertisment

ଧଳା ଜହର ପାଇଁ ୨ ବର୍ଷରେ ୨ ହତ୍ୟାକାଣ୍ଡ

ଧଳା ଜହର ପାଇଁ ୨ ବର୍ଷରେ ୨ ହତ୍ୟାକାଣ୍ଡ

କାୟା ମେଲାଉଛି ବ୍ରାଉନସୁଗାର; ନିଶା ବଳୟରେ ରାଜଧାନୀ

ଭୁବନେଶ୍ବର: ବ୍ରାଉନସୁଗାର କାରବାରକୁ ନେଇ ଖଣ୍ଡଗିରି ଥାନା ଅଧୀନ ବାହାଦଲପୁରର ଅନୀଲ ଓରଫ ପପୁ ଜେନାଙ୍କୁ ହତ୍ୟା ଓ ତାଙ୍କ ବାପା ଅଭିମନ୍ୟୁ ଗୁଳିମାଡ଼ କରାଗଲା। ଏଯାଏ ହତ୍ୟାକାରୀ ଧରା ପଡ଼ି ନାହାନ୍ତି। କିନ୍ତୁ ରାଜଧାନୀରେ ବ୍ରାଉନସୁଗାର ପାଇଁ ହତ୍ୟାକାଣ୍ଡ ଘଟିବା ଏକ ଚିନ୍ତାର ବିଷୟ। ଯାହା କମିସନରେଟ ପୁଲିସକୁ ଅଡ଼ୁଆରେ ପକାଇଛି। କମିସନରେଟ୍‌ ପୁଲିସ ଏଭଳି ନିଶା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ସ୍ପେସାଲ ଟାସ୍କ ଫୋର୍ସ ଗଠନ କରିଛି। ଯାହାର ନେତୃତ୍ବ ନେଉଛନ୍ତି ଅତିରିକ୍ତ ପୁଲିସ କମିସନର। କ୍ୟୁଏଟିକୁ ସ୍ବତନ୍ତ୍ର ଭାବେ ନି‌ର୍ଦେଶ ହୋଇଛି ବ୍ରାଉନସୁଗାର ବେପାରୀଙ୍କୁ ଖୋଜି ଖୋଜି ଗିରଫ କରିବାକୁ। କିନ୍ତୁ ଜଣେ ହତ୍ୟାକାରୀ ଜାମିନରେ ଆସି ଗାଁ ଭିତରେ ୮ ମାସ କାଳ ବ୍ରାଉନସୁଗାର ବିକିବା ପରେ ମଧ୍ୟ ପୁଲିସ ଖବର ପାଇ ପାରି ନ ଥିଲା। ଯାହାକି କମିସନରେଟ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ଉଠିଛି ପ୍ରଶ୍ନ।

publive-image

କୁଆଡ଼େ ଗଲା କମିସନରେଟ୍‌ ପୁଲିସର ତଡ଼ିପାର୍‌ ଯୋଜନା?‌
ବେପାରୀଙ୍କୁ ଧରିବ କ୍ୟୁଏଟି

କେବଳ ସରକନ୍ତରା ଓ ବାହାଦଲପୁର ଭଳି ରାଜଧାନୀ ଉପକଣ୍ଠ ଗାଁ କାହିଁକି ଏବେ ରାଜଧାନୀର ଗଳି କନ୍ଦିରେ ବ୍ରାଉନସୁଗାର ବିକ୍ରି ହେଉଛି। ଦିନ ଥିଲା, ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀପଡ଼ିଆ ବସ୍ତି ଥିଲା ବ୍ରାଉନସୁଗାରର ପେଣ୍ଠସ୍ଥଳ। କିନ୍ତୁ ଏବେ ଏହି ବେପାର କାୟା ମେଲାଇବା ସହ ରାଜଧାନୀର ସବୁ ଅଞ୍ଚଳକୁ ମାଡ଼ି ମାଡ଼ି ଚାଲିଛି। କମିସନରେଟ୍‌ ପୁଲିସର ଜଟଣୀ ଥାନାଠାରୁ ଆରମ୍ଭ କରି ବାଲିପାଟଣା ଥାନା; ସବୁ ଥାନା ଅଞ୍ଚଳରୁ ଧରା ପଡ଼ିଛନ୍ତି ନିଶା ବେପାରୀ। ପୁଲିସ ନିଶା ବେପାରୀଙ୍କ ତଡ଼ିପାର କରିବାକୁ ଯୋଜନା କରିଥିଲା। କିନ୍ତୁ ଏବେ ସେହି ଯୋଜନା ବନ୍ଦ ହୋଇ ଯାଇଛି। ଦିନ ଥିଲା ଚୋରା ମଦ ବେପାର ଓ ମଦ ପିଇବାକୁ ନେଇ ରାଜଧାନୀରେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ହେବା ସହ ହତ୍ୟା ଉଦ୍ୟମ ଓ ହତ୍ୟାକାଣ୍ଡ ପର୍ଯ୍ୟନ୍ତ ଘଟଣା ଘଟୁଥିଲା। କିନ୍ତୁ ଏବେ ମଦ ବଦଳରେ ଯୁବ ସମାଜ ବ୍ରାଉନସୁଗାର ଜାଲରେ ପଡ଼ିଛନ୍ତି। ଏହାର ଫାଇଦା ଉଠାଇ ନିଶା ବେପାରୀମାନେ। ଗଳି କନ୍ଦିରେ ବ୍ରାଉନସୁଗାର ବିକିବା ଆରମ୍ଭ କଲେଣି। ଚୋରି, ଲୁଟ, ଛୁରାମାଡ଼ ଭଳି ଅପରାଧ କେବଳ ବ୍ରାଉନସୁଗାର ଖାଇବା ପରେ ହିଁ କରୁଛନ୍ତି। କେଉଁଠି କିଏ ଲୁଟପାଟ କଲାଣି ତ ଆଉ କିଏ କାହାକୁ ପ୍ରାଣାନ୍ତକ ଆକ୍ରମଣ। ରାଜଧାନୀରେ ଏକାଧିକ ଅପରାଧରେ ସଂପୃକ୍ତ ଥିବା ଅପରାଧୀ ବ୍ରାଉନସୁଗାର ପାଇଁ ଅପରାଧ ଘଟାଉଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ବ୍ରାଉନସୁଗାର କାରବାରକୁ ନେଇ ରାଜଧାନୀରେ ହତ୍ୟାକାଣ୍ଡ ଘଟିବାରେ ଏହା ହେଉଛି ଦ୍ବିତୀୟ ଘଟଣା। ପୂର୍ବରୁ ଗତବର୍ଷ ମେ’ ମାସରେ ମଞ୍ଚେଶ୍ବର ଥାନା ଅଧୀନ ପଳାସୁଣୀ ଛକରେ ସଂଜୟ ବେହେରା ନାମକ ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଆଉ ଜଣେ ପୁରୁଣା ବ୍ରାଉନସୁଗାର ବେପାରୀ ହାଡ଼ିବନ୍ଧୁ ବେହେରା ଓରଫ ହାଡ଼ିଆ ଛୁରି ଭୁଶି ହତ୍ୟା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe