୨ ବର୍ଷରେ ୮୮୫ ବର୍ଗ କିମି ଜଙ୍ଗଲ ବଢ଼ିଛି

Advertisment

ଆଇସିସିର ଜଳବାୟୁ ପରିବର୍ତନ ସମ୍ପର୍କିତ ସମ୍ମିଳନୀ

ଆଇସିସିର ଜଳବାୟୁ ପରିବର୍ତନ ସମ୍ପର୍କିତ ସମ୍ମିଳନୀ

୨ ବର୍ଷରେ ୮୮୫ ବର୍ଗ କିମି ଜଙ୍ଗଲ ବଢ଼ିଛି

????????????????????????????????????

ଭୁବନେଶ୍ୱର: ଗତ ୧୫ରୁ ୨୦ ବର୍ଷ ମଧ୍ୟରେ ରାଜ୍ୟର ୫୦ ହଜାର ଏକର ଜଙ୍ଗଲକୁ ଖଣି ଓ ଶିଳ୍ପାୟନ କାର୍ଯ୍ୟ ପାଇଁ ହସ୍ତାନ୍ତର କରାଯାଇଛି। ଏହାସତ୍ତ୍ୱେ ଦୁଇ ବର୍ଷରେ ଜଙ୍ଗଲ ପରିମାଣ ୮୮୫ ବର୍ଗକିମି ବଢ଼ିଛି। ଓଡ଼ିଶା ଦେଶର ସବୁଜ ରାଜ୍ୟ ଭାବେ ପରିଗଣିତ ହୋଇଛି। ଜଳବାୟୁ ପରିବର୍ତନ ଓଡ଼ିଶା ପାଇଁ ପ୍ରମୁଖ ସମସ୍ୟା ପାଲଟିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରାଯାଇଥିଲା। ତାହାର ଅବଧି ସରିଯିବା ପରେ ଆସନ୍ତା ୫ ବର୍ଷ ପାଇଁ ଦ୍ୱିତୀୟ ଜଳବାୟୁ ପରିବର୍ତନ ଆକ୍ସନ ପ୍ଲାନ୍‌ କରାଯାଇଛି। ଏଥିରେ ସରକାରଙ୍କ ବିଭିନ୍ନ ବିଭାଗକୁ ସାମିଲ କରାଯାଇଛି। ସେମାନେ ନିଜ ବଜେଟ୍‌ର ଏକ ନିର୍ଦ୍ଦିଷ୍ଟ ଭାଗ ଏ କ୍ଷେତ୍ରରେ ଖର୍ଚ କରୁଛନ୍ତି। ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି) ଓ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ସହଯୋଗରେ ଆୟୋଜିତ ପାଣିପାଗ ସମ୍ପର୍କିତ ସମ୍ମିଳନୀରେ ଯୋଗଦେଇ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହା କହିଛନ୍ତି।

ଶ୍ରୀ ମହାପାତ୍ର କହିଲେ, ଭବିଷ୍ୟତର ଶକ୍ତି ଆବଶ୍ୟକତାର ୪୦% ଅକ୍ଷୟ ଶକ୍ତି ଉତ୍ସରୁ ଆସିବା ଦରକାର। ଏ ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଇଛି। କୋଇଲା ସେସ୍‌ରୁ ଆଦାୟ ହୋଇଥିବା ପାଣ୍ଠିକୁ ସବ୍‌ସିଡି ଆକାରରେ ସୌର ପକଳ୍ପଗୁଡ଼ିକୁ ପ୍ରଦାନ କରାଯିବ। ପ୍ରତିବର୍ଷ ୧୦ରୁ ୧୫ ହଜାର କୋଟି ଟଙ୍କା କୋଇଲା ସେସ୍‌ ଆକାରରେ ଆଦାୟ କରାଯାଉଛି। ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ରାଜ୍ୟରେ ଜଙ୍ଗଲ ବୃଦ୍ଧି ପାଇଁ ନିଆଯାଉଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ମତ ଦେଇଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ପରିବେଶ ବିଜ୍ଞାନୀ ଡ. ଡି କେ ବେହେରା ପଣିପାଗ ପରିବର୍ତନ ଉପରେ ଆଲୋକପାତ କରିଥିଲେ। ସମ୍ମିଳନୀ ଆରମ୍ଭରେ ଆଇସିସିର ମହାନିର୍ଦେଶକ ରାଜୀବ ସିଂହ କହିଥିଲେ ଯେ ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତିଭିତ୍ତିକ ବିଦ୍ୟୁତ ଯୋଗାଣ ପରିମାଣ ୪୦%କୁ ବଢ଼ାଇବାକୁ ଭାରତ ଲକ୍ଷ୍ୟ ରଖିଛି। ଏଥିପାଇଁ ୨୦୩୦ ସୁଦ୍ଧା ୨.୫ ଟ୍ରିଲିଅନ୍‌ ଡଲାର ପାଣ୍ଠିର ଆବଶ୍ୟକତା ରହିଛି। ବିଭିନ୍ନ ଅଂଶୀଦାରଙ୍କ ଦ୍ୱାରା ଏହା ସଂଗୃହୀତ ହେବ ବୋଲି ସେ କହିଥିଲେ। ଏହି ଅବସରରେ ଟାଟା ଷ୍ଟିଲ୍‌ର ଗୋପାଳପୁର ପ୍ରକଳ୍ପ ଉପସଭାପତି ଅରୁଣ ମିଶ୍ର, ଆଇସିସି ବିଶେଷଜ୍ଞ କମିଟିର ଉପାଧ୍ୟକ୍ଷ ଏମ୍‌ ସି ଥୋମାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe