ଜଳେଶ୍ବର ବାର୍ ଆସୋସିଏସନ୍‌ ସଭାପତିଙ୍କ ଘରୁ ଚୋରି: ୨୦ ଲକ୍ଷର ସୁନା ଗହଣା ଲୁଟ୍‌

ଡିସିପିଙ୍କ ତାଗିଦ୍‌: ୪୮ଘଣ୍ଟାରେ ଲୁଟେରାକୁ ଧର

ଭଗାମୁଣ୍ଡାର ୪ ଦୋକାନରୁ ଚୋରି

ସାଂକେତିକ ଫଟୋ

ଭୁବନେଶ୍ୱର : ଜଳେଶ୍ବର ବାର୍ ଆସୋସିଏସନ୍‌ର ସଭାପତି ଅନୀଲ କୁମାର ପରିଡ଼ାଙ୍କ ଘରେ ପଶି ଦୁର୍ବୃତ୍ତ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନଗହଣା ଓ ନଗଦ ୧ଲକ୍ଷ ୭୦ହଜାର ଟଙ୍କା ଚୋରି କରି ନେଇଛନ୍ତି। ଏ ସଂପର୍କ‌ରେ ଶ୍ରୀ ପରିଡ଼ାଙ୍କ ସମ୍ପର୍କୀୟ ଅଭିଜିତ ମଙ୍ଗରାଜ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାନୁଯାୟୀ, ଶ୍ରୀ ପରିଡ଼ା ନୂଆପଲ୍ଲୀ ଏନ୍‌-୩/୭୪ରେ ରୁହନ୍ତି। ଗତ ୧୭ ତାରିଖ ସକାଳ ପ୍ରାୟ ୭ଟାରେ ସେ ଘର ତାଲା ପକାଇ ଜଳେଶ୍ଵର ଯାଇଥିଲେ। ସନ୍ଧ୍ୟାରେ ପଡ଼ୋଶୀ ରବୀନ୍ଦ୍ରନାଥ ବିଶ୍ବାଳ ତାଙ୍କୁ ଫୋନ୍ କରି ଘରୁ ଚୋରି ହୋଇଥିବା ସଂପର୍କରେ ସୂଚନା ଦେଇଥିଲେ। ଶ୍ରୀ ପରିଡ଼ା ନିଜ ସମ୍ପର୍କୀୟ ଅଭିଜିତ୍‌ଙ୍କୁ ଫୋନ୍‌ କରି ନୂଆପଲ୍ଲୀସ୍ଥିତ ଘରେ ପହଞ୍ଚିବାକୁ କହିଥିଲେ। ଅଭିଜିତ୍‌ ଘରେ ପହଞ୍ଚି ଲୁଟ୍ ହୋଇଥିବା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଶ୍ରୀ ପରିଡ଼ାଙ୍କ ଘରୁ ସୁନାଗହଣା ସମେତ ନଗଦ ଟଙ୍କା ମଧ୍ୟ ଚୋରି ହୋଇଥିବା ଏତଲାରେ ଦର୍ଶାଯାଇଛି। ଅପରପକ୍ଷେ ଏହି ଲୁଟ୍‌କୁ ପ୍ରାୟ ସପ୍ତାହେ ବିତି ଯାଇଥିଲେ ବି ଲୁଟେରା ଧରା ପଡ଼ି ନଥିବାରୁ ଆଜି ଡିସିପି ପ୍ରତୀକ ସିଂହ ନିଜେ ଘଟଣାସ୍ଥଳ ବୁଲି ତଦନ୍ତ କରିଛନ୍ତି। ନୂଆପଲ୍ଲୀ ଥାନା ଅଧିକାରୀଙ୍କ ସମେତ କର୍ମଚାରୀଙ୍କୁ ତାଗିଦ୍‌ କରିଛନ୍ତି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଲୁଟେରାକୁ ଧରିବାକୁ କଡ଼ା ତାଗିଦ୍ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe