ଭୁବନେଶ୍ୱର: ଦୁବାଇରେ ଓଡ଼ିଆ ସାଂସ୍କୃତିକ ସମିତି ପକ୍ଷରୁ ପ୍ରଥମ କରି ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳିତ ହୋଇଯାଇଛି। ଯୁବ ଡାକ୍ତର ଚନ୍ଦ୍ରଶେଖର ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ୟୁଏଇର ବାଣିଜ୍ୟ ଦୂତାବାସ ଅଧିକାରୀ ଶ୍ରୀ ବିପୁଲ ଓ ମୁଖ୍ୟବକ୍ତା ଭାବେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗ ଦେଇ ବୀର ପାଇକମାନଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ। ଏଥିରେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ମମତା ବ୍ରହ୍ମାଙ୍କ ସମେତ ବହୁ ପ୍ରବାସୀ ଓଡ଼ିଆ ଓ ଅଣଓଡ଼ିଆ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଛୋଟଛୋଟ ପିଲାମାନଙ୍କ ଦ୍ୱାରା ପାଇକ ଆଖଡ଼ା ଅଭିନୟ, ବିଭିନ୍ନ କଳାକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ, ସାର୍ଜାରେ ରହୁଥିବା ମହିଳାମାନଙ୍କ ଦ୍ୱାରା ପାଇକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଛୋଟ ପିଲାମାନଙ୍କୁ ସୁବାସ ଚନ୍ଦ୍ର ବୋଷ , ଗୋପବନ୍ଧୁ, କୁନ୍ତଳା କୁମାରୀ ସାବତ ପ୍ରଭୃତି ବେଶରେ ଉପସ୍ଥାପନା ବେଶ ହୃଦୟସ୍ପର୍ଶୀ ଥିଲା। ମୌସୁମୀ ମହାନ୍ତି ସଭା ପରିଚାଳନା କରିଥିଲେ। ଶେଷରେ ଅପରାଜିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଦୁବାଇରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ପାଳନ
Advertisment
Follow Us