୨୦୨୧ ଓଡ଼ିଆ ମହୋତ୍ସବ ଉଦ୍‌ଘାଟିତ: ଜମିଲା ମକର ଚାଉଳ ଓ ସଙ୍ଗୀତ ନୃତ୍ୟ ଆସର

Advertisment

ମଦନପୁରରେ ଗୁଡ଼ି ଉଡ଼ା ପ୍ରତିଯୋଗିତା

ମଦନପୁରରେ ଗୁଡ଼ି ଉଡ଼ା ପ୍ରତିଯୋଗିତା

୨୦୨୧ ଓଡ଼ିଆ ମହୋତ୍ସବ ଉଦ୍‌ଘାଟିତ: ଜମିଲା ମକର ଚାଉଳ ଓ ସଙ୍ଗୀତ ନୃତ୍ୟ ଆସର

ଭୁବନେଶ୍ବର: ମକର ଚାଉଳ ଓ ବନ୍ଧୁତ୍ବ ସଙ୍ଗୀତ ନୃତ୍ୟ ଆସର ମଧ୍ୟରେ ଆଜି ୨୦୨୧ ଓଡ଼ିଆ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି ୧୬ତମ ଓଡ଼ିଆ ମହୋତ୍ସବରେ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ଓଡ଼ିଶା ହାଉସିଂ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, କାର୍ଯ୍ୟକାରୀ ଅଧ୍ୟକ୍ଷ ସୁଦର୍ଶନ ଦାସ, ସଂଭାବନା ଓଡ଼ିଆଣୀ ସମିତିର ସଂଯୋଜିକା ସୌଦାମିନୀ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ସଂଭାବନାର ପରିଚାଳନା ଟ୍ରଷ୍ଟି ଦେବ ପ୍ରସାଦ ପରିଜା ଓଡ଼ିଆ ମହୋତ୍ସବର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଗତ ବର୍ଷର ଶ୍ରେଷ୍ଠ ଓଡ଼ିଆଣୀ ବାସନ୍ତୀ ପଟ୍ଟନାୟକ, ନିରୁପମା ଦାଶ, ବିଜୟଲକ୍ଷ୍ମୀ ସାମଲ, ସୌଦାମିନୀ ସାମଲ, ମଧୁସ୍ମିତା ଦାସଙ୍କୁ ସମ୍ବର୍ଧିତ କରାଯାଇଥିଲା। ଓଡ଼ିଶୀ ନୃତ୍ୟଗୁରୁ ବିପଞ୍ଚି ଦାସ ଓ ସାଥୀମାନେ ଓଡ଼ିଶୀ ନୃତ୍ୟ ସମେତ ଲୋକନୃତ୍ୟ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ ଛନ୍ଦା ମିଶ୍ର, ସିଦ୍ଧାନ୍ତ ଶତପଥୀ, ଅର୍ଣ୍ଣବ ପଣ୍ଡା, ବିପୁଲ, ପୁଣ୍ୟତା, ଋତିକା ରିମ୍‌ଝିମ୍, ଇପ୍‌ସିତା ମହାନ୍ତି ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମକୁ ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି ପରିଚାଳନା କରିଥିବା ବେଳେ ରାଜଶ୍ରୀ ଶତପଥୀ, ନିରାକର ମିଶ୍ର, ସତ୍ୟବ୍ରତ ମହାପାତ୍ର, ପ୍ରେମ ପ୍ରକାଶ ସିଂ, ଗୁରୁ ପ୍ରସାଦ ଦାସ, ପ୍ରଫୁଲ୍ଲ ଦେ, ଅଭିରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ। ତେବେ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ଏହି ବନ୍ଧୁତ୍ବ ଦିବସ ଓଡ଼ିଆ ନୂଆବର୍ଷ ବିଷୁବ ସଂକ୍ରାନ୍ତିରେ ସମାପନ ହେବ।

ମଦନପୁରରେ ଗୁଡ଼ି ଉଡ଼ା ପ୍ରତିଯୋଗିତା

ମେଣ୍ଢାଶାଳ: ଆଜି ମକର ସଂକ୍ରାନ୍ତି ଅବସରରେ ରାଜଧାନୀ ଉପକଣ୍ଠ ମଦନପୁରରେ ଗୁଡ଼ିଉଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମଦନପୁର ପଞ୍ଚାୟତର ଦେଉଳିଆପାଟଣା, ଜାଗସରାପାଟଣା, କାଇମାଟିଆପାଟଣା ଓ ବଡ଼ରଘୁନାଥପୁର ଗାଁରୁ ପାଖାପାଖି ୬୦ପିଲା ଏଥିରେ ଭାଗ ନେଇଥିଲେ। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ପ୍ରତିଯୋଗିତା ଉଦ୍‌ଘାଟନ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ କଂଗ୍ରେସର ଯୁବନେତା କ୍ୟାପ୍‌ଟେନ ମନ୍ମଥ ରାଉତରାୟ ପୁରସ୍କୃତ କରିଥିଲେ। ସତ୍ୟରଞ୍ଜନ ଜେନା, ଜିତେନ୍ଦ୍ର ଚମ୍ପତି, ପ୍ରଦୋଷ ବଳିୟାର ସିଂହ, ତାପସ ବିଦ୍ୟାଧର ଓ ଆର୍ତ୍ତବନ୍ଧୁ ଛୁଆଳସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe