୨୦୨୫ ଦୁର୍ଗାପୂଜାରେ ରିଲିଜ୍‌ ହେବ ‘ରାବଣ’ ପୁଣି ଜଲୱା ଦେଖାଇବେ ଅନୁପମ-ଅନୁଭବ ଯୋଡ଼ି

Advertisment

ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍‌ ନିବେଦିତ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚର୍ଚ୍ଚିତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘କର୍ମ’ ଗତ ଦଶହରାରେ ବଡ଼ ସଫଳତା ପାଇଛି।

ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍‌ ନିବେଦିତ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚର୍ଚ୍ଚିତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘କର୍ମ’ ଗତ ଦଶହରାରେ ବଡ଼ ସଫଳତା ପାଇଛି।

ffsfffhhf

ଭୁବନେଶ୍ୱର: ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍‌ ନିବେଦିତ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚର୍ଚ୍ଚିତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘କର୍ମ’ ଗତ ଦଶହରାରେ ବଡ଼ ସଫଳତା ପାଇଛି। ଓଡ଼ିଶା ସମେତ ସାରା ଦେଶରେ ‘କର୍ମ’ ଗତ ୪ ସପ୍ତାହ ହେବ ବ୍ୟବସାୟିକ ସଫଳତା ମଧ୍ୟ ହାସଲ କରିଛି। ତେବେ ‘କର୍ମ’ର କ୍ରେଜ୍‌ ନଯାଉଣୁ ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ ଆଉ ଏକ ଫିଲ୍ମର ନାମ ଘୋଷଣା କରିଛନ୍ତି। ଯାହା ନାମ ‌ହେଉଛି ‘ରାବଣ’। ଏଥିରେ ମଧ୍ୟ ଅନୁଭବ ମହାନ୍ତି ମୁଖ୍ୟ ଚରିତ୍ରରେ ନଜର ଆସିବେ। ଫିଲ୍ମର ପ୍ରଥମ ପୋଷ୍ଟରରେ କୌଣସି କଳାକାରଙ୍କ ମୁହଁ ନାହିଁ ସତ କିନ୍ତୁ ଇଂରାଜୀ ଅକ୍ଷରେ ଲିଖିତ ରାବଣରେ ରକ୍ତର ଛିଟା ଲାଗିଛି। ତେବେ ଫିଲ୍ମର ମୁଖ୍ୟ ଚରିତ୍ର ରାବଣ ଭୂମିକାରେ ଅନୁଭବ ହିଁ ନଜର ଆସିବେ ବୋଲି ପ୍ରଯୋଜନା ସଂସ୍ଥା କହିଛି। ହେଲେ ଅନୁଭବ ନେଗେଟଭ୍‌ ନା ପଜିଟିଭ୍‌ ଚରିତ୍ରରେ ଅଭିନୟ କରିବେ ସେ କଥା ସ୍ପଷ୍ଟ ହୋଇନାହିଁ।

ଏହି ଫିଲ୍ମ ଆସନ୍ତା ଦଶହରା ଅର୍ଥାତ ୨୦୨୫ ଅକ୍ଟୋବର ମାସରେ ରିଲିଜ୍‌ ହେବ। ବର୍ଷକ ପୂର୍ବରୁ ଫିଲ୍ମର ନାମ ଘୋଷଣା କରି ପୁଣି ଚର୍ଚ୍ଚାରେ ରହିଛନ୍ତି ଅନୁପମ ଓ ତାଙ୍କର ପୂରା ଟିମ୍‌। ଏହି ଫିଲ୍ମଟି ଅମୀୟ ପଟ୍ଟନାୟକ ପ୍ରଡକ୍ସନ, ଇନ୍‌ଫିନିଟି ପ୍ରଡକ୍ସନ ଓ ଟୁ-ନାଇନ୍‌ ଫିଲ୍ମସ୍‌ ପ୍ରସ୍ତୁତ କରୁଛନ୍ତି। ପ୍ରଯୋଜନା ଭାର ସମ୍ଭାଳିଛନ୍ତି ବର୍ଷା ପଟ୍ଟନାୟକ, ଅର୍ପିତ ଗୋଲେଚା ଓ ଜାଗୃତି ଶୁକ୍ଳା। ଜାଗୃତି ଶୁକ୍ଳାଙ୍କର କାହାଣୀରେ ମାନସ ପଢ଼ିଆରୀ, ନିଶାନ୍ତ ମାଜିଥିଆ, ଜାଗୃତି ଶୁକ୍ଳା ଓ ଅନୁପମ ପଟ୍ଟନାୟକ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି। ସିନେମାଟୋଗ୍ରାଫି ଦୀପକ କୁମାର, ଏଡିଟିଂ ରଶ୍ମିରଂଜନ ଦାଶ, ସାଉଣ୍ଡ ଡିଜାଇନର ଶକ୍ତି ସ୍ବରୂପ ଦ୍ବିବେଦୀ ଏବଂ ସଙ୍ଗୀତ ଦାୟିତ୍ବରେ ଅଛନ୍ତି ଆଶିଷ ପ୍ରଧାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe