୧୫ କୋଭିଡ ଯୋଦ୍ଧାଙ୍କ ସମେତ କଟକ ସହରରୁ ଆଜି ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Advertisment

ସ୍ଥାନୀୟ ସଂକ୍ରମଣ ୭୨ ଜଣ

ସ୍ଥାନୀୟ ସଂକ୍ରମଣ ୭୨ ଜଣ

୧୫ କୋଭିଡ ଯୋଦ୍ଧାଙ୍କ ସମେତ କଟକ ସହରରୁ ଆଜି ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି ୧୫ ଜଣ କୋଭିଡ ଯୋଦ୍ଧାଙ୍କ ସମେତ କଟକ ସହରରୁ ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଆଜି ସରକାରୀ ସଂଗରୋଧରୁ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୫ ଜଣ କୋଭିଡ ଯୋଦ୍ଧା ଅଛନ୍ତି। ଏସ୍‌ସିବି ମେଡିକାଲ ଆଇସୋଲେସନରୁ ଆଜି ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

publive-image

ସୂଚନାଯୋଗ୍ୟ, କଟକ ସହରରୁ ଏପର୍ଯ୍ୟନ୍ତ ୫୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୩୨୮୩ ଜଣ ସୁସ୍ଥ ହୋଇଥିବା ବେଳେ ୨୦୨୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କିନ୍ତୁ ୨୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

publive-image

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଗୃହ ସଂଗରୋଧରୁ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଜଣେ କୋଭିଡ ଯୋଦ୍ଧା ମଧ୍ୟ ଅଛନ୍ତି। ବାମ୍ଫିସାହି, ସିଡିଏ ସେକ୍ଟର-୮ ଓ କଲେଜ ଛକରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ନୟାବଜାରରୁ ୫ ଜଣ ସର୍ବାଧିକ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe