ଟିକା ନେଲେଣି ୨୧ ହଜାର କିଶୋର

Advertisment
ଟିକା ନେଲେଣି ୨୧ ହଜାର କିଶୋର

ଭୁବନେଶ୍ବର : ୧୫ରୁ ୧୮ବର୍ଷ ବୟସ ବର୍ଗର କିଶୋରଙ୍କୁ ଟିକାକରଣ ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଏକ ମିସନ୍‌ ମୋଡ୍‌ରେ ବିଏମ୍‌ସି ଏହି ଟିକାକରଣ ପ୍ରକ୍ରିୟାକୁ ନେବା ସହ ଜଣେ ହେଲେ କିଶୋର ଯେଭଳି ବାଦ୍‌ ନ ପଡ଼ିବେ, ସେନେଇ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିଛି। ବିଏମ୍‌ସି ହିସାବ ମୁତାବକ, ୩ ତାରିଖରୁ ଆଜି ପର୍ଯ୍ୟନ୍ତ ୫ ଦିନ ଭିତରେ ୨୧ ହଜାର ୨୮୦ ଜଣ କିଶୋର ଟିକା ନେଇ ସାରିଲେଣି।

ଶନିବାରଠାରୁ ସ୍କୁଲ୍‌ରେ କ୍ୟାମ୍ପ କରି ବିଏମ୍‌ସି ଏହି କିଶୋର ଟିକାକରଣ ଆରମ୍ଭ କରିଛି। ଶନିବାର ଦିନ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରେ କ୍ୟାମ୍ପ କରାଯାଇ ଛାତ୍ରଛାତ୍ରୀଙ୍କୁ ଟିକାକରଣ କରାଯାଇଛି। କୋଭିଡ୍‌ କଟକଣା ଯୋଗୁ ସ୍କୁଲ ବନ୍ଦ ହେବାକୁ ଯାଉଥିବାରୁ ଏହି ଯୋଜନା ବାଧାପ୍ରାପ୍ତ ହେବାକୁ ଯାଉଛି। ସୋମାବାର ଠାରୁ ପୂର୍ବବତ୍‌ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ରରେ ଟିକାଦାନ ହେବ ବୋଲି ଜଣାପଡ଼ିଛି। ଭୁବନେଶ୍ବରରେ ପ୍ରାୟ ଲକ୍ଷେ କିଶୋରଙ୍କୁ ଟିକାଦେବା ପାଇଁ ବିଏମ୍‌ସି ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପ୍ରଥମ ଦିନରେ ୪ ହଜାର ୩୫୦ ଜଣଙ୍କୁ ଟିକାଦାନ ଲକ୍ଷ୍ୟ ଥିବା ବେଳେ ୪ ହଜାର ୧୦୭ ଜଣ ଟିକା ନେଇଥିଲେ। ୩୯ଟି ଟିକାଦାନ କେନ୍ଦ୍ରରେ ଏହି କିଶୋରମାନଙ୍କୁ ଟିକା ଦିଆଯାଇଥିଲା। ଅନ୍‌ଲାଇନ୍‌ରେ ସ୍ଲଟ୍‌ବୁକିଂ ବଢ଼ୁଥିବାରୁ ଆଉ ୧୫ଟି ଅଧିକ ଟିକା ଦାନ କେନ୍ଦ୍ର ଖୋଲିବା ପାଇଁ ବିଏମ୍‌ସି ଯେଜାନା କରିଥିଲା। ହେଲେ ବିଭିନ୍ନ ଟିକାଦାନ କେନ୍ଦ୍ରରେ ପ୍ରବଳ ଭିଡ଼ ହେବାରୁ ବିଭିନ୍ନ ସ୍କୁଲ୍‌ରେ କ୍ୟାମ୍ପ କରି କିଶୋରମାନଙ୍କୁ ଶୃଙ୍ଖଳିତ ଭାବରେ ଟିକା ଦେବାକୁ ବିଏମ୍‌ସି ଯୋଜନା କରି ଆଜି ଠାରୁ ସ୍କୁଲ୍‌ରେ ଟିକାଦାନ ଆରମ୍ଭ କରିଥଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe