ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ

Advertisment

୧୩ରୁ ରାଜଧାନୀରେ ରିଫାଇନିଂ ଏବଂ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜି ମିଟ୍‌

୧୩ରୁ ରାଜଧାନୀରେ ରିଫାଇନିଂ ଏବଂ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜି ମିଟ୍‌

ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ

ଚନ୍ଦ୍ରଶେଖରପୁର : ସେଣ୍ଟର ଫର୍‌ ହାଇ ଟେକ୍ନୋଲୋଜି ଏବଂ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ମିଳିତ ସହଭାଗୀତାରେ ୨୨ତମ ରିଫାଇନିଂ ଏବଂ ପେଟ୍ରୋକେମିକାଲ୍‌ସ ଶିଳ୍ପ ଆଧାରିତ ଟେକ୍ନୋଲୋଜି ମିଟ୍‌ (ଆର୍‌ପିଟିଏମ୍‌) ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଅନୁଷ୍ଠିତ ହେବ। ଏହି ତିନିଦିନିଆ ସମ୍ମିଳନୀରେ ସମଗ୍ର ବିଶ୍ୱରୁ ପ୍ରାୟ ୯୦୦ ତୈଳ କମ୍ପାନି ଅଂଶଗ୍ରହଣ କରିବେ। ତୈଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବେ ବୋଲି ସିଏଚ୍‌ଟିର ଅତିରିକ୍ତ ନିର୍ଦ୍ଦେଶକ ୟୁ. ଡେକା ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ହାଇଡ୍ରୋକାର୍ବନର ଆନୁସଙ୍ଗିକ ଶିଳ୍ପ କ୍ଷେତ୍ରରେ ଆଗକୁ ଆସୁଥିବା ନୂତନ ଧାରା ଶୀର୍ଷକ ଏହି କାର୍ଯ୍ୟକ୍ରମରେ ପେଟ୍ରୋକେମିକାଲ୍ସର ବିଭିନ୍ନ କ୍ଷେତ୍ରରେ ବୈଷୟିକ ଅଭିବୃଦ୍ଧି ଉପରେ ଚର୍ଚ୍ଚା ହେବ। ଏହା ସହିତ ବୈଷୟିକ ଜ୍ଞାନକୌଶଳ ଦୃଷ୍ଟିରୁ ବିଶ୍ୱ ମାନଦଣ୍ଡର ସମକକ୍ଷ ହୋଇ ଆନୁସଙ୍ଗିକ ଶିଳ୍ପ ସ୍ଥାପନ ଉପରେ ଗୁରୁତ୍ୱାରୋପ କରାଯିବା ନେଇ ଶ୍ରୀ ଡେକା ସୂଚନା ଦେଇଛନ୍ତି। ପ୍ରାୟ ୪୪ଟି ପ୍ରମୁଖ ବିଦେଶୀ କମ୍ପାନିର ମୁଖ୍ୟଙ୍କ ସହିତ ବିଭାଗୀୟ ମନ୍ତ୍ରୀଙ୍କର ଆଲୋଚନା ହେବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ଅବସରରେ ସମ୍ମାନଜନକ ଶକ୍ତି ସଂପାଦନ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ।

ପ୍ରଥମ ଥର ପାଇଁ ରୁଷିଆ, ଜାପାନ, ଚୀନ, ମାଲେସିଆ, ୟୁଏଇ ଭଳି ବିଶ୍ୱର ପ୍ରାୟ ୫୦ଟି ଦେଶର ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ୨୦୪୦ ସୁଦ୍ଧା ବିଶୋଧନ ଦକ୍ଷତାରେ ଅଭିବୃଦ୍ଧି ସମ୍ପର୍କିତ ଏକ ରିପୋର୍ଟ ଉନ୍ମୋଚନ ହେବ। ତୈଳ ସଚିବ, ଜାପାନ ରାଷ୍ଟ୍ରଦୂତ, ଆଇଓସିଏଲ୍‌ ଅଧ୍ୟକ୍ଷ, ସିଏଚ୍‌ଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ସିଏଚ୍‌ଟିର ବୈଷୟିକ ପରାମର୍ଶଦାତା ଆର୍‌. କ୍ରିଷ୍ଣମୂର୍ତି, ଆଓସିଏଲ୍‌ର ଶ୍ରୀନିବାସ ପାତ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe