ଭୁବନେଶ୍ୱରରୁ ୨୩୪ ନୂଆ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୧୫୬ ଆକ୍ରାନ୍ତ

ଭୁବନେଶ୍ୱରରୁ ୨୩୪ ନୂଆ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୧୫୬ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୨୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୫୨ ଜଣ  ଅଛନ୍ତି। ଏମାନେ ପୂର୍ବରୁ କରୋନା ଚିହ୍ନଟ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ସ୍ଥାନୀୟ ଅଂଚଳରୁ ଆଜି ୧୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୧୯ରେ ପହଂଚିଛି।

publive-image

ବିଏମ୍‌ସିର ସୂଚନା ଅନୁସାରେ ପଟିଆରୁ ୧୭ ଜଣ, ନୟାପଲ୍ଲୀରୁ ୧୦ ଜଣ,  ପୁରୁଣା ଭୁବନେଶ୍ୱରରୁ ୧୨ ଜଣ, ଟଙ୍କପାଣି ରୋଡ୍‌, ସହିଦନଗର, ଖଣ୍ଡଗିରି, ଫରେଷ୍ଟ ପାର୍କରୁ ୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୟଦେବ  ବିହାର, ଆଇଆରସି ଭିଲେଜ କରୋନାରେ ସଂକ୍ରମିତ ହୋଇଛନ୍ତି।

publive-image

ଭୁବନେଶ୍ୱରରେ ଆଜି ୧୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ଏଥି ସହିତ ଭୁବନେଶ୍ୱରରେ କରୋନରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୩୨୫ରେ ପହଂଚିଛି। ୧ ହଜାର ୩୭ ଜଣ ସୁସ୍ଥ ହୋଇଥିବା ବେଳେ ୩ ହଜାର ୭୩୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe