୨୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

Advertisment
ଦୋକାନରୁ ୧୦ ହଜାର ଚୋରି, କର୍ମଚାରୀ ଗିରଫ

ଭୁବନେଶ୍ବର: ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ନିଶା ବ୍ୟବସାୟୀକୁ ଗିରଫ କରିଛି। ସେ ହେଲା, ପୁରୀ ବଳଙ୍ଗା ଥାନା ଅଞ୍ଚଳର ନିରଞ୍ଜନ ବରାଳ ଓରଫ ବୁଲୁ(୪୨)। ପୁଲିସ ତା’ଠାରୁ ୨୪ ଗ୍ରାମ୍‌ ବ୍ରାଉନ୍‌ସୁଗାର, ବାଇକ୍‌, ଗୋଟିଏ ମୋବାଇଲ୍‌ ଏବଂ ନଗଦ ୧୩ଶହ ଟଙ୍କା ଜବତ କରିଛି। ଜବତ ବ୍ରାଉନ୍‌ସୁଗାରର ବଜାର ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ସୂଚନା ମୁତାବକ, କିଛି ଦିନ ହେବ ବୁଲୁ ବ୍ରାଉନ୍‌ସୁଗାର ବ୍ୟବସାୟ କରୁଥିବା ପୁଲିସ ହାତରେ ଖବର ଲାଗିଥିଲା। ତାକୁ କାବୁ କରିବା ପାଇଁ ପୁଲିସ ତାର ଗତିବିଧି ଉପରେ ନଜର ରଖିଥିଲା। ତେବେ ଆଜି ଜଣେ ଗ୍ରାହକଙ୍କୁ ବ୍ରାଉନ୍‌ସୁଗାର ଦେବା ପାଇଁ ପୁ‌ଷ୍ପକ ହୋଟେଲ୍‌ ଲେନ୍‌ରେ ଅପେକ୍ଷା କରିଥିବା ପୁଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା। ଏହା ପରେ ପୁଲିସର ଏକ ଟିମ୍‌ ଅଚାନକ ସେଠାରେ ଚଢ଼ଉ କରି ତାଠାରୁ ବ୍ରାଉନ୍‌ସୁଗାର ଜବତ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe