ଚୋରା ବାଲି ଚାଲାଣ ବେଳେ ୨୪ ହାଇୱା ଜବତ

ଚୋରା ବାଲି ଚାଲାଣ ବେଳେ ୨୪ ହାଇୱା ଜବତ

The New Indian Express

ତ୍ରିଶୁଳିଆ: ଚୋରା ବାଲି ଚାଲାଣ କରୁଥିବା ଅଭିଯୋଗରେ ଗତକାଲି ବିଳମ୍ବିତ ରାତିରେ ବାରଙ୍ଗ ରାଜସ୍ବ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇ ୨୪ ହାଇୱା ଜବତ କରାଯାଇଛି। ବାରଙ୍ଗ ଅଞ୍ଚଳରେ ବ୍ୟାପକ ଲଘୁଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିବା ବେଳେ ଗତକାଲି ଏକକାଳୀନ ୨୪ ହାଇୱା ଜବତ ହେବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ବାରଙ୍ଗ ଅଞ୍ଚଳର ବିଭିନ୍ନ ପ୍ରବେଶ ପଥରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ବାରଙ୍ଗ ତହସିଲଦାରଙ୍କ ଟିମ୍‌ ମିଳିତଭାବେ ଚଢ଼ଉ କରିଥିଲେ।

ଏହି ଅବସରରେ ମୋଟ୍‌ ୨୪ଟି ବାଲି ବୋଝେଇ ହାଇୱାକୁ ଅଟକ ରଖାଯାଇଥିଲା। ଚାଳକମାନେ ବାଲି ଚାଲାଣର ଠିକ କାଗଜପତ୍ର ଦେଖାଇପାରିନଥିଲେ। କିଛି ଗାଡ଼ିଚାଳକ ନକଲି ୱାଇ ଫର୍ମ ଦେଖାଇ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ଜବତ ଗାଡ଼ିଗୁଡ଼ିକରୁ କେତେ ଟଙ୍କା ଜରିମାନା ଆଦାୟ କରାଯାଇଛି କିମ୍ବା କେଉଁ ଗାଡ଼ି ନାଁରେ କେସ୍‌ ରୁଜୁ କରାଯାଇଛି, ସେନେଇ ତହସିଲଦାର ସଂକଳ୍ପ ସ୍ବସ୍ତିକ ସାହୁ କୌଣସି ସୂଚନା ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe