ସରକାରୀ ବସ୍‌ରୁ ୨୪ କେଜି ଗଞ୍ଜେଇ ଜବତ, ୨ ମହିଳାଙ୍କ ସମେତ ୩ ଗିରଫ

ସରକାରୀ ବସ୍‌ରୁ ୨୪ କେଜି ଗଞ୍ଜେଇ ଜବତ, ୨ ମହିଳାଙ୍କ ସମେତ ୩ ଗିରଫ

ଭୁବନେଶ୍ବର: ଆଜି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଏକ ଓଏସ୍‌ଆରଟିସି ବସ୍‌ରୁ ଗଞ୍ଜେଇ ଧରି ଓହ୍ଲାଉଥିବାବେଳେ ଭରତପୁର ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଚାଲାଣ ମୁଖିଆ କେ ପ୍ରସନ୍ନ କୁମାର ଏବଂ ତା’ର ଢାଲ ହୋଇ ଚାଲାଣ କରୁଥିବା ଦୁଇ ମହିଳା ପାନି ହାଜାଡ଼ ଓ ମୋରି ଦାସ। ଏମାନେ ସମସ୍ତେ ବ୍ରହ୍ମପୁରର ବୋଲି ପୁଲିସ ସୂଚନା ଦେଇଛି। ଜବତ ହୋଇଥିବା ୨୪ କେଜି ଗଞ୍ଜେଇର ବଜାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପୂର୍ବରୁ ଏମାନେ ନିୟମିତ କନ୍ଧମାଳ, ଗଞ୍ଜାମ, ଗଜପତି ଅଞ୍ଚଳରୁ ଗଞ୍ଜେଇ ଆଣି ରାଜ୍ୟ ବାହାରକୁ ଚାଲାଣ କରୁଥିଲେ ବୋଲି ମାନିଛନ୍ତି।

ସୂଚନାନୁସାରେ ଆଜି ଏହି ତିନି ଜଣ ଏକ ବସ୍ତା ସହ ବସ୍‌ଷ୍ଟାଣ୍ଟରେ ବସ୍‌ରୁ ଓହ୍ଲାଇଥିଲେ। ସେମାନେ କନ୍ଧମାଳରୁ ଭୁବନେଶ୍ୱର ଆସିଥିଲେ। ସେଠାରେ କାର୍ଯ୍ୟରତ ଭରତପୁର ଥାନା ପିସିଆର ଭ୍ୟାନ୍‌ କର୍ମଚାରୀଙ୍କର ସନ୍ଦେହ ହେବାରୁ ସେମାନେ ପଚରା ଉଚରା କରିଥିଲେ। ୩ ଜଣ ଭିନ୍ନ ଭିନ୍ନ ଉତ୍ତର ଦେବାରୁ ପୁଲିସ ବସ୍ତା ଖୋଲି ଯାଞ୍ଚ କରିଥିଲା। ଏହି କାରବାରର ମୁଖିଆ ପ୍ରସନ୍ନ ବେପାରକୁ ସୁରୁଖୁରୁରେ ଚଳାଇବା ପାଇଁ ପାନି ଓ ମୋରିକୁ ଢାଲଭାବେ ନି‌ୟୋଜିତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe