ଭୁବନେଶ୍ୱର: ଭୁବନେଶ୍ୱରର ୨ଟି ସଙ୍ଗରୋଧରୁ ୧୧-୧୧ ଜଣଙ୍କ ସମେତ ଆଜି ୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୪୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୯୯ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୪୮୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୧୧୮ ଜଣ ସୁସ୍ଥ ହୋଇଥିବା ବେଳେ ୧୬୨୫ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। କିନ୍ତୁ ୨୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
/sambad/media/post_attachments/wp-content/uploads/2020/08/EfYVsa2UcAA696B-815x1024.jpg)
ବିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୟୁନିଟ୍-୬ ଓ ଭୋଇନଗର ଶୁକ ବିହାରରୁ ୧୧-୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବମିଖାଲରୁ ୮ ଜଣ, ରିଜର୍ଭ ପୁଲିସ କଲୋନି ଏବଂ ନୟାପଲ୍ଲୀର ଏକ ହଷ୍ଟେଲରୁ ୬-୬ ଜଣ, ଆଚାର୍ଯ୍ୟ ବିହାର ବିଜ୍ଞାନ ଉଦ୍ୟାନରୁ ୫ ଜଣ, ଆଇଆରସି ଭିଲେଜ ଏନ୍-୬, ବୁଦ୍ଧେଶ୍ୱରୀ କଲୋନି, ଭୁବନେଶ୍ୱରୀ କଲୋନି, ଡୁମଡୁମା ଫେଜ-୨ରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏକ ଘରୋଇ ହସ୍ପିଟାଲରୁ ମଧ୍ୟ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୧୪୮ଜଣଙ୍କ ମଧ୍ୟରୁ ୨ ଜଣଙ୍କର ଯାତ୍ରା ଇତିହାସ ଥିବା ବେଳେ ଅନ୍ୟମାନେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି।
/sambad/media/post_attachments/wp-content/uploads/2020/08/EfYVv2-U8AEwRgR-815x1024.jpg)
ରାଜଧାନୀରୁ ଆଜି ଚିହ୍ନଟ ହୋଇଛନ୍ତି ୯୯ ଜଣ ବ୍ୟକ୍ତି। ଏଥିରେ ପୋଖରିପୁଟ ଇନ୍ଦ୍ରପ୍ରସ୍ଥ କଲୋନିରୁ ୪ ଜଣ, ରିଜର୍ଭ ପୁଲିସ କଲୋନିରୁ ୩ ଜଣ, ନିଳାଦ୍ରୀ ବିହାର, ଭରତପୁର, ସାଲିଆସାହି, ଝାରପଡ଼ା ଜଗନ୍ନାଥ ଏଭନ୍ୟୁ, ପଣ୍ଡା ପାର୍କ, ଚକେଇସିଆଣି, ଟଙ୍କପାଣି ରୋଡ଼, କାରଗିଲ ବସ୍ତି, ପ୍ରଶାନ୍ତି ବିହାର ଓ ୟୁନିଟ-୩ରୁ ୨-୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/post_attachments/wp-content/uploads/2020/08/EfYVxwHUcAQk3GM-815x1024.jpg)
ଆଜି ୟୁନିଟ-୪ରୁ ୧୧ ଜଣଙ୍କ ସମେତ ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ସାମନ୍ତରାପୁରରୁ ୮ ଜଣ, ଭୋଇସାହିରୁ ୭ ଜଣ, ଭୀମପୁର, ଶ୍ରୀରାମ ନଗରରୁ ୬-୬ ଜଣ, ୟୁନିଟ-୯ରୁ ୫ ଜଣ, ବମିଖାଲ, ଚନ୍ଦ୍ରଶେଖରପୁର, ବଡ଼ଗଡ଼, ଅଶୋକ ନଗରରୁ ୪-୪ ଜଣ ସୁସ୍ଥ ହୋଇଛନ୍ତି।
Follow Us