ଭୁବନେଶ୍ବର ହେଲ୍‌ପଲାଇନ୍ ହେଲା ୨୪ ଘଣ୍ଟିଆ, ୧୯୨୯ ନମ୍ବରରେ ଫୋନ୍‌ କଲେ ମିଳିବ ତୁରନ୍ତ ସହାୟତା

Advertisment

କଲ୍‌ ସେଣ୍ଟର ବୁଲିଲେ ପର୍ଯ୍ୟବେକ୍ଷକ, କମିସନର, ୩୦,୬୪୩ ଫୋନ୍‌ କଲ୍‌ ଯାଇଛି, ୨୫୩୩ ଆସିଛି

କଲ୍‌ ସେଣ୍ଟର ବୁଲିଲେ ପର୍ଯ୍ୟବେକ୍ଷକ, କମିସନର, ୩୦,୬୪୩ ଫୋନ୍‌ କଲ୍‌ ଯାଇଛି, ୨୫୩୩ ଆସିଛି

ଭୁବନେଶ୍ବର ହେଲ୍‌ପଲାଇନ୍ ହେଲା ୨୪ ଘଣ୍ଟିଆ, ୧୯୨୯ ନମ୍ବରରେ ଫୋନ୍‌ କଲେ ମିଳିବ ତୁରନ୍ତ ସହାୟତା

ଭୁବନେଶ୍ବର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କୁ ଫୋନ୍‌ ଯୋଗେ ପରାମର୍ଶ ଦେବା, ତୁରନ୍ତ ସେବା ଯୋଗାଇବା, କାଉନସେଲିଂ କରିବା ଭଳି ୨୪ଘଣ୍ଟିଆ ସେବା ପାଇଁ ବିଏମ୍‌ସି ପକ୍ଷରୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ସହଯୋଗରେ ଭୁବନେଶ୍ବର ଅପରେସନ୍ ସେଣ୍ଟରରେ ୨୪ଘଣ୍ଟିଆ ହେଲପ୍‌ଲାଇନ୍ ନମ୍ବର ଯୋଗାଇ ଦିଆଯାଇଛି। ରାଜଧାନୀବାସୀ ରାତି ଦିନ ଯେତେବେଳେ ବି ୧୯୨୯ ନମ୍ବରରେ ଫୋନ୍‌ କରି ଉଚିତ ପରାମର୍ଶ ପାଇପାରିବେ। ଗୃହ ପୃଥକବାସରେ ରହୁଥିବା ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ନମିଳିବା, ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ ବିଳମ୍ବ କରିବା ଭଳି ଅଭିଯୋଗ ହେବାରୁ ବିଏମ୍‌ସି ପକ୍ଷରୁ ୧୯୨୯ ନମ୍ବରରେ ୨୪ଘଣ୍ଟିଆ ସେବା ଯୋଗାଇଛନ୍ତି। ଏଥିପାଇଁ ୩୦ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ତିନିଟି ସିଫ୍ଟରେ କର୍ମଚାରୀମାନେ କାମ କରିବେ।

ମିଳିଥିବା ସୂଚନା ଅନୁଯାୟୀ ମାର୍ଚ୍ଚ ମାସରୁ ୧୯୨୯ ନମ୍ବର କାମ କରୁଥିଲେ ହେଁ ଜୁଲାଇ ୧୬ରୁ ସେପ୍ଟେମ୍ବର ୬ ମଧ୍ୟରେ ଲୋକଙ୍କୁ ୩୦,୬୪୩ କଲ୍‌ ଯାଇଛି ଓ୨୫୩୩ଟି ଫୋନ୍‌ ଆସିଛି। ଏବେ ବହୁ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଟ୍ରାକିଂ କରାଯାଉଥିବାରୁ , ଗୃହ ପୃଥକବାସରେ ଥିବା ଆକ୍ରାନ୍ତଙ୍କୁ କାଉନସେଲିଂ କରାଯାଉଥିବାରୁ ଫୋନ୍‌ କଲ୍‌ ସଂଖ୍ୟା ବଢ଼ିଚାଲିଛି। ଏବେ ୪ଜଣ ଡାକ୍ତର ଏବଂ ୩ଜଣ ମନସ୍ତତ୍ତ୍ବବିତ୍‌ଙ୍କୁ ଏଠାରେ ନିୟୋଜିତ କରାଯିବ। ଭୁବନେଶ୍ବର ଅପରେସନ ସେଣ୍ଟର ସୂଚନା ଅନୁଯାୟୀ, ମାର୍ଚ୍ଚ ୧୯ରୁ ଜୁନ୍‌ ୨୮ ପର୍ଯ୍ୟନ୍ତ ତିନିଟି ସିଫ୍‌ଟରେ ଏହି କଲ୍‌ ସେଣ୍ଟର କାମ କରୁଥିଲା, ଜୁନ୍‌ ୨୯ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଏହି କଲ୍‌ ସେଣ୍ଟର କାମ କରୁନଥିଲା।

ଅପରପକ୍ଷେ ୧୯୨୯ ହେଲ୍‌ପଲାଇନ୍ ନମ୍ବର ଯେପରି ଲୋକଙ୍କ ପାଇଁ ଅଧିକ ଉପଯୋଗୀ ହେବ, ଏହା କିପରି କାମ କରୁଛି, କିପରି କାମ କରିବା ଦରକାର ସେନେଇ କରେନା ପାଇଁ ଭୁବନେଶ୍ବର ପର୍ଯ୍ୟବେକ୍ଷକ ଥିବା ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ଶ୍ରମ କମିସନର ଏନ୍‌ ଥିରୁମାଳା ନାୟକ, ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ, ଅତିରିକ୍ତ କମିସନର ପାରୁଲ ପଟୱାରି, ବିଏସ୍‌ସିଏଲ୍‌ ମହାପ୍ରବନ୍ଧକ ଦୀପ୍ତିରାଣୀ ସାହୁ, ବିଏମ୍‌ସିର ତିନି ଜୋନାଲ ଡେପୁଟି କମିସନର ରବି ନାରାୟଣ ଜେଠୀ, ପ୍ରମୋଦ ପୃଷ୍ଟି, ଅଂଶୁମାନ ରଥ ପ୍ରମୁଖ କଲ୍‌ସେଣ୍ଟର ବୁଲି ଦେଖିଥିଲେ। କିପରି ଭୁବନେଶ୍ବର ଅପରେସନ୍‌ ସେଣ୍ଟର ଆକ୍ରାନ୍ତଙ୍କ ସୂଚନା ଜୋନ୍‌ସ୍ତରରେ ପହଞ୍ଚାଇବ, କେଉଁ କ୍ଷେତ୍ରରେ କେନ୍ଦ୍ରୀୟ ଟିମ୍‌ ତୁରନ୍ତ ପଦକ୍ଷେପ ନେବ ସେନେଇ ଆଲୋଚନା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe