ଚାକିରି ଦେବା ନାଁରେ ସାଢ଼େ ୨୫ ଲକ୍ଷ ଠକେଇ

Advertisment

ଧରାପଡ଼ିଲେ ୨ ଅଭିଯୁକ୍ତ

ଧରାପଡ଼ିଲେ ୨ ଅଭିଯୁକ୍ତ

ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ଚନ୍ଦ୍ରଶେଖରପୁର: ଚାକିରି ଦେବା ଆଳରେ ଠକେଇ ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ସୁନ୍ଦରଗଡ଼ ମହୁଲପଡ଼ା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ରାଜେନ୍ଦ୍ର କୁମାର ରାଜପୁତ(୫୩) ଓ ଆଶିଷ କୁମାର ରାଜପୁତ(୨୮)। ଏହି ଅଭିଯୁକ୍ତଦ୍ବୟ ଚୂଡ଼ାମଣି କିଷାନ୍‌ ନାମକ ଜଣେ ବ୍ୟକ୍ତିଙ୍କଠାରୁ ସାଢ଼େ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଠକେଇରେ ସଂପୃକ୍ତ ଅନ୍ୟ ଜଣେ ମହିଳା ଅଭିଯୁକ୍ତ ଫେରାର୍‌ ଥିବା ଜଣାଯାଇଛି।

ପୁଲିସ ସୂଚନା ଅନୁସାରେ ଚୂଡ଼ାମଣିଙ୍କ ପୁଅ ସ୍ନାତକୋତ୍ତର ସାରିବା ପରେ ଚାକିରି ଅନ୍ବେଷଣରେ ବିଭିନ୍ନ ସଂସ୍ଥାରେ ସାକ୍ଷାତକାର ଦେଉଥିଲେ। ୨୦୧୯ ମସିହାରେ ସେ ଏକ ସଂସ୍ଥାକୁ ସାକ୍ଷାତକାର ଦେବାକୁ ଯାଇଥିବା ବେଳେ ଦୁଇ ଅଭିଯୁକ୍ତଙ୍କ ସହ ତାଙ୍କର ପରିଚୟ ହୋଇଥିଲା। କିଛି ଦିନ ପରେ ଦୁଇ ଅଭିଯୁକ୍ତ ଓ ବୃନ୍ଦାବତୀ ନାମକ ଜଣେ ମହିଳା ତାଙ୍କ ଘରକୁ ଆସିଥିଲେ। ସେମାନେ ନିଜକୁ ଏକ ସଂସ୍ଥାର ଉଚ୍ଚପଦାଧିକାରୀ ବୋଲି କହିବା ସହ କିଷାନଙ୍କ ଚାକିରି କରାଇଦେଇ ପାରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେମାନେ ସାଢ଼େ ୨୫ଲକ୍ଷ ଟଙ୍କା ନେବେ ବୋଲି କହିଥିଲେ। ଆଗପଛ ବିଚାର ନ କରି ଚୂଡ଼ାମଣି ସେମାନଙ୍କ ଚେକ୍‌ରେ ୨୫ଲକ୍ଷ ଓ ନଗଦ ୫୦ ହଜାର ଟଙ୍କା ଦେଇ ଦେଇଥିଲେ। ହେଲେ ତା’ ପରଠାରୁ ଆଉ ଅଭିଯୁକ୍ତମାନେ ଧରାଛୁଆଁ ଦେଇନଥିଲେ। ଟଙ୍କା ଫେରାଇବା ପାଇଁ ଚୂଡ଼ାମଣି ଓ ତାଙ୍କ ପୁଅ ସେମାନଙ୍କୁ ବାରମ୍ବାର ଯୋଗାଯୋଗ କରିବାରୁ ଗତବର୍ଷ ଜୁନ୍‌ ୨୬ତାରିଖରେ ସେମାନେ ତାଙ୍କ ଘରକୁ ଆସି ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏ ସଂପର୍କ‌ରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବାରୁ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe