ମହାରାଷ୍ଟ୍ର ଗଲେ ଜିଆଇଇଟି ବିଶ୍ବବିଦ୍ୟାଳୟର ୨୫ ଛାତ୍ରଛାତ୍ରୀ

Advertisment
ମହାରାଷ୍ଟ୍ର ଗଲେ ଜିଆଇଇଟି ବିଶ୍ବବିଦ୍ୟାଳୟର ୨୫ ଛାତ୍ରଛାତ୍ରୀ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ‘ଅଜାଦି କା ଅମୃତ ମହୋତ୍ସବ-ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନାର ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମରେ ଜିଆଇଇଟି ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ ମହାରାଷ୍ଟ୍ର ଗସ୍ତ କରିଛନ୍ତି। ମହାରାଷ୍ଟ୍ର ଓ ଓଡ଼ିଶା ଏହି କାର୍ଯ୍ୟକ୍ରମ ଅଧୀନରେ ସହଯୋଗୀ ରାଜ୍ୟ ଭାବେ ପରସ୍ପର ମଧ୍ୟରେ ସମ୍ପର୍କ ସ୍ଥାପନ କରିବେ। ଏହି ଛାତ୍ର ବିନିମୟ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀଙ୍କ ସହ ୨ ଜଣ ଅଧ୍ୟାପକ ଯାତ୍ରା କରିଛନ୍ତି। ମୁମ୍ବାଇସ୍ଥିତ ଠାକୁର କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଅନୁଷ୍ଠାନରେ ସେମାନଙ୍କୁ ଆତିଥ୍ୟ ପ୍ରଦାନ କରାଯିବ।

ଏହାଦ୍ବାରା ଉଭୟ ରାଜ୍ୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆପୋଷ ସମ୍ପର୍କ ସୁଦୃଢ଼ ହେବ। ପରସ୍ପରର ଜୀବନଶୈଳୀ, ସଂସ୍କୃତି, ପରମ୍ପରା, ଶିକ୍ଷା ପଦ୍ଧତି ବିଷୟରେ ମତ ବିନିମୟ କରିବା ଲାଗି ସୁଯୋଗ ମିଳିବ। କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଭାଷା ଶିଖିବା, ଖାଦ୍ୟପେୟ, ସଂସ୍କୃତି, ପରମ୍ପରା, ସଙ୍ଗୀତ, କ୍ରୀଡ଼ା ଆଦି ସମ୍ପର୍କରେ ମତ ବିନିମୟ ହେବ। ଏହି ଅବସରରେ ବିଶ୍ବବିଦ୍ୟାଳୟ ରେଜିଷ୍ଟର ଏନ ଭି ଜେ ରାଓ, ବିଭାଗୀୟ ଡିନ୍‌ ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe