ବସ୍‌ଷ୍ଟାଣ୍ଡ ଉଦ୍‌ଘାଟନକୁ ପୂରିଲା ୨୫ବର୍ଷ: ଏଯାଏଁ ଗଡ଼ିଲାନି ବସ୍‌

Advertisment

ରାଜ୍ୟ ସରକାରଙ୍କ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଜଟଣୀ ହରିଭାଇନା ଛକ ନିକଟରେ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। କିନ୍ତୁ ଉଦ୍‌ଘାଟନକୁ ୨୫ବର୍ଷ ବିତିଯାଇଥିଲେ ମଧ୍ୟ ଜନସାଧାରଣଙ୍କ ଅର୍ଥରେ...

ରାଜ୍ୟ ସରକାରଙ୍କ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଜଟଣୀ ହରିଭାଇନା ଛକ ନିକଟରେ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। କିନ୍ତୁ ଉଦ୍‌ଘାଟନକୁ ୨୫ବର୍ଷ ବିତିଯାଇଥିଲେ ମଧ୍ୟ ଜନସାଧାରଣଙ୍କ ଅର୍ଥରେ...

gjgjgjjdgjg

ଜଟଣୀ: ରାଜ୍ୟ ସରକାରଙ୍କ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଜଟଣୀ ହରିଭାଇନା ଛକ ନିକଟରେ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। କିନ୍ତୁ ଉଦ୍‌ଘାଟନକୁ ୨୫ବର୍ଷ ବିତିଯାଇଥିଲେ ମଧ୍ୟ ଜନସାଧାରଣଙ୍କ ଅର୍ଥରେ ନିର୍ମାଣ ହୋଇଥିବା ଏହି ବସ୍‌ଷ୍ଟାଣ୍ଡଟି ସେମାନଙ୍କ ସ୍ୱାର୍ଥରେ ଲଗିପାରିଲା ନାହିଁ। ଜଟଣୀ ଦେଇ ପ୍ରତିଦିନ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ଆଦି ସ୍ଥାନକୁ ବିଭିନ୍ନ ସରକାରୀ ଓ ଘରୋଇ ବସ୍‌ ଚଳାଚଳ କରୁଛି। କିନ୍ତୁ ବସ୍‌ଗୁଡ଼ିକ ଷ୍ଟାଣ୍ଡକୁ ନ ଆସି ବିପଦପୂର୍ଣ୍ଣ ଭାବେ ରାସ୍ତା ଉପରୁ ଯାତ୍ରୀଙ୍କୁ ଉଠାଉଥିବା ଅଭିଯୋଗ ହୋଇଛି। ସେହିପରି ରାସ୍ତାରେ କୌଣସି ସ୍ଥାନରେ ବସ୍‌ଷ୍ଟପ୍ ମଧ୍ୟ ନାହିଁ। ଖରାଦିନେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ମହିଳା ଓ ଶିଶୁ ଯାତ୍ରୀମାନେ ଅଧିକ ସମସ୍ୟା ଭୋଗୁଛନ୍ତି। ଜଟଣୀ ସହରରେ ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନ, ରେଳ ଷ୍ଟେସନ୍ ଥିବା ବେଳେ ଏହି ବସ୍‌ଷ୍ଟାଣ୍ଡକୁ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହୋଇଛି।

ଅବହେଳିତ ଅବସ୍ଥାରେ ପଡ଼ିରହିଛି, ନିଶାଡ଼ିଙ୍କ ଆଡ଼ାସ୍ଥଳୀ ପାଲଟିଛି

ବସ୍‌ଷ୍ଟାଣ୍ଡରେ ଲାଗିଥିବା ଫଳକରୁ ଜଣାପଡ଼େ ୧୬ ଅଗଷ୍ଟ ୧୯୯୬ ମସିହାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା ବେଳେ ୨୦୦୦ ମସିହା ଜାନୁଆରି ମାସରେ ନୂଆ ବସ୍‌ଷ୍ଟାଣ୍ଡକୁ ଖୁବ ଧୁମ୍‌ଧାମ୍‌ରେ ଉଦ୍‌ଘାଟନ କରାଯାଇଥିଲା। ବସ୍‌ଯାତ୍ରୀ ଓ କର୍ମଚାରୀଙ୍କ ପାଇଁ ପ୍ରତୀକ୍ଷାଳୟ, ପାନୀୟ ଜଳ ବ୍ୟବସ୍ଥା, ଦୋକାନ ଗୃହ, ଟିକଟ ବିକ୍ରି କେନ୍ଦ୍ର ସହ ବସ୍‌ର ସମୟ ସାରଣୀ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ବସ୍‌ଷ୍ଟାଣ୍ଡ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଯାତ୍ରୀ ପ୍ରତୀକ୍ଷାଳୟ ପରିସର ବୁଲା ଗୋରୁଗାଈ, କୁକୁରଙ୍କ ବାସସ୍ଥାନ କାରଣରୁ ତାହା ଆବର୍ଜନାମୟ ହୋଇପଡ଼ି ରହିଥିବା ବେଳେ ଶୌଚାଳୟରେ ତାଲା ଝୁଲୁଛି। ସବୁ ଜାଣି ନଜାଣିବା ଭଳି ପ୍ରଶାସନ ଓ ରାଜନେତା ଚୁପ୍ ରହୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଗତ ମେ’ ମାସ ୨୦୨୩ ମସିହାରେ ଜଟଣୀ ବିକାଶ ପରିଷଦ ପକ୍ଷରୁ ବସଷ୍ଟାଣ୍ଡକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ଦାବି କରି ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ପୁଲିସ ପାଟ୍ରୋଲିଂ କରିବା ଓ ଜଟଣୀ ବସଷ୍ଟାଣ୍ଡକୁ ପୁନଃକାର୍ଯ୍ୟକ୍ଷମ କରି ମୋ ବସ ଏବଂ ଅନ୍ୟାନ୍ୟ ବେସରକାରୀ ବସ୍‌ ଷ୍ଟାଣ୍ଡ ଭିତରକୁ ଆସିବାକୁ ଅନୁରୋଧ କରିଥିଲେ। ହେଲେ ଘଟଣାକୁ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇ ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ। 

ସ୍ଥାନୀୟ ବାସିନ୍ଦା ନିହାର ଭକ୍ତ କହିଛନ୍ତି ଯେ, ରାଜନୈତିକ ଇଚ୍ଛାଶକ୍ତି ଅଭାବ ଓ ପ୍ରଶାସନର ଅବହେଳା ଯୋଗୁଁ ଉକ୍ତ ବସ୍‌ଷ୍ଟାଣ୍ଡଟି ବେଶୀଦିନ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ସ୍ଥାନୀୟ ଦୋକାନୀମାନଙ୍କ କହିବା କଥା, ବସଷ୍ଟାଣ୍ଡକୁ ଆଖିରେ ରଖି ସେମାନେ ମା’ ଦକ୍ଷିଣକାଳୀ ଭେଣ୍ଡିଙ୍ଗ ଜୋନ୍‌ରେ ଦୋକାନ ଭଡ଼ା ନେଇଥିଲେ। କିନ୍ତୁ ବସ୍‌ ଆସୁ ନଥିବାରୁ ତେଣୁ ବେପାର ବନ୍ଦ ହେବା ଆଶଙ୍କା ରହିଛି। ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ କହିଛନ୍ତି ଯେ, ବସ୍‌ଷ୍ଟାଣ୍ଡଟି ବିଡିଏ ପକ୍ଷରୁ ନିର୍ମାଣ କରାଯାଇଥିଲା। ଲାଇଟ୍, ଫଳକ ଆଦି ବିଡିଏ ପକ୍ଷରୁ କରାଯାଇଥିଲା। ତାହା ଏପର୍ଯ୍ୟନ୍ତ ହସ୍ତାନ୍ତର କରାଯାଇ ନାହିଁ। ବିଡିଏ ବୈଠକରେ ବସ୍‌ଷ୍ଟାଣ୍ଡର ଉନ୍ନତିକରଣ ପାଇଁ ପୌରାଧ୍ୟକ୍ଷ ପ୍ରସ୍ତାବ ଦେଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe