ପାଣି ଅପେକ୍ଷାରେ ୨୫ ବର୍ଷ: ମୁଣ୍ଡ ପିଛ‌ା ଗଡ଼ୁଛି ୭୦ ହଜାର ପାଣି ବିଲ୍‌

Advertisment

ସହର ଛାତି ଉପରେ ଥାଇ ବି ୨୫ ବର୍ଷ ହେଲା ପାନୀୟ ଜଳକୁ ଚାତକ ପରି ଚାହିଁଛନ୍ତି। ଯେଉଁ ସଂଯୋଗ ଦେଇଥିଲେ, ଢିପ ଜାଗା ବୋଲି ପାଣି ଆସିଲାନି। ହେଲେ ବିଲ୍‌ ଆସିଲା। ବିଲ୍‌ ବଢ଼ି ବଢ଼ି ମୁଣ୍ଡ ପିଛା ୭୦ହଜାର ଛୁଇଁଲାଣି।

ସହର ଛାତି ଉପରେ ଥାଇ ବି ୨୫ ବର୍ଷ ହେଲା ପାନୀୟ ଜଳକୁ ଚାତକ ପରି ଚାହିଁଛନ୍ତି। ଯେଉଁ ସଂଯୋଗ ଦେଇଥିଲେ, ଢିପ ଜାଗା ବୋଲି ପାଣି ଆସିଲାନି। ହେଲେ ବିଲ୍‌ ଆସିଲା। ବିଲ୍‌ ବଢ଼ି ବଢ଼ି ମୁଣ୍ଡ ପିଛା ୭୦ହଜାର ଛୁଇଁଲାଣି।

୫ ସହରରେ ଜନସ୍ବାସ୍ଥ୍ୟ ବିଭାଗ କାମ କରିବ ୱାଟ୍‌କୋ, ନିଷ୍ପତ୍ତିକୁ ବିରୋଧ

ଖଣ୍ଡଗିରି: ସହର ଛାତି ଉପରେ ଥାଇ ବି ୨୫ ବର୍ଷ ହେଲା ପାନୀୟ ଜଳକୁ ଚାତକ ପରି ଚାହିଁଛନ୍ତି। ଯେଉଁ ସଂଯୋଗ ଦେଇଥିଲେ, ଢିପ ଜାଗା ବୋଲି ପାଣି ଆସିଲାନି। ହେଲେ ବିଲ୍‌ ଆସିଲା। ବିଲ୍‌ ବଢ଼ି ବଢ଼ି ମୁଣ୍ଡ ପିଛା ୭୦ହଜାର ଛୁଇଁଲାଣି। ଅଭିଯୋଗ ପରେ ବିଲ୍‌ ଆସିବା ସିନା ବନ୍ଦ ହୋଇଗଲା, ହେଲେ ବିବାଦ କିନ୍ତୁ ତୁଟିଲାନି। ୱାଟ୍‌କୋ ଗୋଟିଏ ବିଲ୍‌ରେ ପାଣି ଓ ସ୍ବେରେଜ୍‌ ଦେୟ ଯୋଡ଼ି ଦେଇଛି। ପାଣି ବିଲ୍‌ ଆସୁ ନଥିବାରୁ ସ୍ବେରେଜ୍‌ ବିଲ୍‌ ବି ଆସୁନି। ଏଣୁ ଏକା ଥରକେ ପାଣି ବିଲ୍‌ ଭଳି ସ୍ବେରେଜ୍‌ ବିଲ୍‌ ବି ୭୦ ହଜାର ଛୁଇଁବା ଭୟ ଘାରିଲାଣି। ଏତିକିରେ ଦୁଃଖ ସରିନି। ପାନୀୟ ଜଳ ସଂଯୋଗ ନଥିବାରୁ କିଏ ନଳକୂଅ କଏ କୂଅ ଖୋଳି ଭୂତଳ ଜଣ ବ୍ୟବହାର କଲେ। ବିନା ସ୍ବୀକୃତିରେ ଖୋଳି ଭୂତଳ ଜଳ ବ୍ୟବହାର କରିବା ବେଆଇନ। ଏହାକୁ ନେଇ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ(ସିଜିଡବ୍ଲ୍ୟୁବି) ଧରପଗଡ଼ ଆରମ୍ଭ କରିବାରୁ ସେମାନେ ଛାନିଆ ହୋଇ ପଡ଼ିଛନ୍ତି। ଏଭଳି ଏକ ମାନସିକ ଦୁଶ୍ଚିନ୍ତାରେ ପଡ଼ି ୱାଟ୍‌କୋ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଚିଠି ଲେଖିଛନ୍ତି ଆଇଆର୍‌ସି ଭିଲେଜ୍‌ ଏନ୍‌-୫ ଓ ଏନ୍‌-୬ର ୩ଶହରୁ ଊର୍ଦ୍ଧ୍ବ ବାସିନ୍ଦା।  

୧୯୮୫ ମସିହାରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଆଣ୍ଡ ପିଜି) ବିଭାଗରୁ ଜମି କିଣି କିଛି ଲୋକ ଆଇଆର୍‌ସି ଭିଲେଜ୍‌ ଅଞ୍ଚଳରେ ବସବାସ ଆରମ୍ଭ କରିଥି‌ଲେ। ସେତେବେଳେ ସ୍ବେରେଜ୍‌ ଓ ପାନୀୟ ଜଳ ସଂଯୋଗ ଯୋଗାଇ ଦିଆଯାଇଥିଲା। ଜନବସତି ବଢ଼ିବା ସହ ନୂଆ ଘରକୁ ପାନୀୟ ଜଳ ସଂଯୋଗ ଦିଆଗଲା। ଉଚ୍ଚା ଜାଗାରେ ଘର କରିଥିବା ପରିବାର ପାଖରେ ପାଣି ପହଞ୍ଚିଲାନି। ଏଣେ ଯେଉଁମାନେ ପୂର୍ବରୁ ଯଥେଷ୍ଟ ପାଣି ପାଉଥିଲେ ସେମାନେ ବି ପ୍ରଭାବିତ ହେଲେ। ୧୯୯୯ ମସିହା ବେଳକୁ ୨୦ରୁ ୩୦ ପରିବାର ପାନୀୟ ଜଳ ଯୋଗାଣରୁ ବଞ୍ଚିତ ହେଲେ। କିନ୍ତୁ ପୂର୍ବବତ୍‌ ପାଣି ବିଲ୍‌ ଆସୁଥିଲା। 

ମୁଣ୍ଡ ପିଛ‌ା ଗଡ଼ୁଛି ୭୦ ହଜାର ପାଣି ବିଲ୍‌
ସ୍ବେରେଜ୍‌ ବିଲ୍‌ ବନ୍ଦ
ବେଆଇନ ବୋରିଂ ଚଢ଼ଉ ଦେଖି ଛାନିଆ

ଜଳକଷ୍ଟ ବଢ଼ିବାରୁ ସମସ୍ତ ପରିବାର ଜନସ୍ବାସ୍ଥ୍ୟ ବିଭାଗ(ତତ୍‌କାଳୀନ ଜଳ ଯୋଗାଣ କାରୀ ସଂସ୍ଥା, ଏବେ ୱାଟ୍‌କୋ)ର ଦ୍ବାରସ୍ଥ ହୋଇ ପାଣି ଯୋଗାଇ ନ ପାରିଲେ ସଂଯୋଗ କାଟି ପୂର୍ବରୁ ପାଣି ନଯୋଗାଇ ଯେଉଁ ବିଲ୍‌ ପ୍ରସ୍ତୁତ କରାଯାଇଛି, ତାହାକୁ ବାତିଲ କରିବାକୁ ଦାବି କରିଥିଲେ। ଏକାଧିକ ବାର ଏଭଳି ଅଭିଯୋଗ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ୨୦୨୧ ପର୍ଯ୍ୟନ୍ତ ବିଲ୍‌ ଆସୁଥିଲା। ୱାଟ୍‌କୋ ଦାୟିତ୍ବ ନେବା ପରେ ମଧ୍ୟ କୌଣସି ପଦକ୍ଷେପ ନେଇନାହିଁ। ବିଲ୍‌ ବଢ଼ି ବଢ଼ି କାହାର ୫୦ ହଜାର ତ କାହାର ୭୦ ହଜାର ଅତିକ୍ରମ କରିଥିଲା। ପାନୀୟ ଜଳ ଓ ସ୍ବେରେଜ୍‌ ପାଇଁ ଗୋଟିଏ ବିଲ୍‌ ଆସୁଥିବାରୁ ଏହି ଅଞ୍ଚଳବାସୀଙ୍କ ପାଇଁ ଉଭୟ ବିଲ୍‌ ଆସୁନାହିଁ। ଫଳରେ ସ୍ବେରେଜ୍‌ ବିଲ୍‌ ମଧ୍ୟ ବଢ଼ି ଚାଲିଥିବା ଆଶଙ୍କା ସୃଷ୍ଟି ହୋଇଛି।  

ଏଣେ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ(ସିଜିଡବ୍ଲ୍ୟୁବି) ବେଆଇନ ଭୂତଳ ଜଳ ବ୍ୟବହାରକୁ ନେଇ ଧରପଗଡ଼ ଆରମ୍ଭ କରିଛି। ୪ଟି ଆପାର୍ଟମେଣ୍ଟ ସହ ଦୁଇଟି ହୋଟେଲ୍‌କୁ ନୋଟିସ୍‌ କରିବା ସହ ମୋଟାଅଙ୍କର ଜରିମାନା କରିବା ପରେ ବେଆଇନ ଭାବରେ କୂଅ ଖୋଳି ଭୂତଳ ଜଳ ବ୍ୟବହାର କରୁଥିବା ଏହି ବାସିନ୍ଦାମାନଙ୍କର ନିଦ ହଜିଛି। ଏହି ମୋଟା ଅଙ୍କର ଜରିମାନା ପାଣି ଓ ସ୍ବେରେଜ୍‌ ବିଲ୍‌ ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବାକୁ ଯାଉଛି। ବେଆଇନ କୂଅ ବନ୍ଦ କରିଦେଲେ ପରିସ୍ଥିତି ଭୟଙ୍କର ହେବା ଆଶଙ୍କା ରହିଛି। 
ଏହି ଅଞ୍ଚଳର ଗିରିଜା ବଲ୍ଲଭ ପରିଡ଼ା କହିଛନ୍ତି, କିଛି ଦିନ ତଳେ କେବଳ ମୋ ଘର ସମ୍ମୁଖରେ ଗୋଟିଏ ପାଇପ୍‌ ଲାଗିଛି। ସେଥିରେ କେବେ ୧୫ ମିନିଟ୍‌ ତ କେବେ ୧୦ ମିନିସ୍‌ ପାଣି ଆସୁଛି। ବେଆଇନ ଜାଣି ସୁଦ୍ଧା ବୋରିଂ କରି ପାଣି ବ୍ୟବହାର କରୁଛୁ। ଏଣେ ୨୦୨୧ ପର୍ଯ୍ୟନ୍ତ ପାଣି ବିଲ୍‌ ଆସୁଥିଲା। ଏବେ ୩ ବର୍ଷ ହେବ ୨୪ ଘଣ୍ଟିଆ ପାଣି ଯୋଗାଣ କରିବେ ବୋଲି କହି ବିଲ୍‌ ଦେଉନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe