ଗଞ୍ଜେଇ ଚାଲାଣର ମାଧ୍ୟମ ସାଜିଛି ଦାମୀ କାର୍‌, ପୁଣି ୨୫ କେଜି ଜବତ, ଦୁଇ ଗିରଫ

ଗଞ୍ଜେଇ ଚାଲାଣର ମାଧ୍ୟମ ସାଜିଛି ଦାମୀ କାର୍‌, ପୁଣି ୨୫ କେଜି ଜବତ, ଦୁଇ ଗିରଫ

ଭୁବନେଶ୍ୱର : ଗଞ୍ଜେଇ ଚୋରା ଚାଲାଣର ମାଧ୍ୟମ ପାଲଟିଛି ଦାମୀ କାର୍‌। ୧୬ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ନିକଟରୁ ଆଜି ସନ୍ଧ୍ୟାରେ ସ୍ପେସାଲ ସ୍କ୍ବାଡ୍ ଓ ତମାଣ୍ଡୋ ଥାନା ପୁଲିସ ମିଳିତ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ କାରରେ ଚାଲାଣ ହେଉଥିବା ୨୫ କେଜି ଗଞ୍ଜେଇ ଜବତ କରିଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ ନୟାଗଡ଼ ରଣପୁରର ରବୀନ୍ଦ୍ର କୁମାର ପ୍ରଧାନ ଓରଫ୍ ରବି(୩୫) ଏବଂ ଗଞ୍ଜାମ ପୋଲସରା ଥାନା ଅନ୍ତର୍ଗତ ମଧୁସୂଦନପୁରର ସୋନୁ ଡାକୁଆ ଓରଫ୍ ସୋନୁ। ଉଭୟଙ୍କଠାରୁ ଗଞ୍ଜେଇ ଚାଲାଣ ହେଉଥିବା ହ୍ୟୁଣ୍ଡାଇ କାର(ଓଡି୦୨ଏଏସ୍-୪୩୮୫), ୩ଟି ମୋବାଇଲ ଫୋନ୍ ଓ ୪୭୦୦ ଟଙ୍କା ଜବତ କରାଯାଇଛି।

publive-image

ପୁଲିସ ସୂଚନା ଅନୁସାରେ, ଗିରଫ ଦୁଇ ଅଭିଯୁକ୍ତ କନ୍ଧମାଳରୁ ଗଞ୍ଜେଇ ଧରି ଭୁବନେଶ୍ବର ଆସୁଥିଲେ। ତମାଣ୍ଡୋ ନିକଟରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। ଖବର ପାଇ ପୁଲିସ ଚଢ଼ଉ କରି ଦୁଇ ଜଣଙ୍କୁ ଧରିବା ପରେ କାର ସିଟ୍ ତଳୁ ଗଞ୍ଜେଇ ମିଳିଥିଲା। ଏ ନେଇ ତମାଣ୍ଡୋ ଥାନାରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe