କେୟାର ହସ୍ପିଟାଲର ୨୫ତମ ବାର୍ଷିକ ଉତ୍ସବ

କେୟାର ହସ୍ପିଟାଲର ୨୫ତମ ବାର୍ଷିକ ଉତ୍ସବ

ଚନ୍ଦ୍ରଶେଖରପୁର: କେୟ‌ାର୍‌ ହସ୍ପିଟାଲର ୨୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସେ କହିଥିଲେ ଯେ ହୃଦ୍‌ରୋଗ ସମସ୍ୟାର ସମାଧାନ ପାଇଁ ପରିଚିତ କେୟାର ହସ୍ପିଟାଲ ଏବେ ନିଜର କଳେବର ବୃଦ୍ଧି କରିଛି।

କୋଭିଡ୍ ସମୟରେ ଡାକ୍ତର, ନର୍ସ ଓ ପାରା ମେଡିକାଲ ଷ୍ଟାଫ୍ ଅନେକ ଗୁରୁଦାୟିତ୍ବ ତୁଲାଇଛନ୍ତି। ଏହି ଅବସରରେ ଶ୍ରୀମତୀ ପଟ୍ଟନାୟକ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ କେୟାର ହସ୍ପିଟାଲ ୨୫ବର୍ଷ ହେଲା ଭାରତରେ ନିରବଚ୍ଛିନ୍ନ ଭାବେ ରୋଗୀ ସେବା କରି ଆସୁଛି। ଡା. କିସଲେ ଆନନ୍ଦ କହିଥିଲେ ଯେ ଆହୁରି ଉନ୍ନତମାନର ଚିକିତ୍ସା ଯୋଗାଇବା ଉପରେ ଆମେ ଧ୍ୟାନ ଦେଉଛୁ। ଅନ୍ୟମାନଙ୍କ ମଧ୍ୟରେ ଡା. ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, ଡା. ବିପିନ ବିହାରୀ ମହାନ୍ତି, ଡା. ଜତାଶଙ୍କର ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe