୯ ଲୁଟେରାଙ୍କଠାରୁ ୨୭ ମୋବାଇଲ୍‌ ଜବତ

Advertisment
୯ ଲୁଟେରାଙ୍କଠାରୁ ୨୭ ମୋବାଇଲ୍‌ ଜବତ

Free Press Journal

ଭୁବନେଶ୍ବର: ପୃଥକ ପୃଥକ ମାମଲାରେ କମିସନରେଟ୍‌ ପୁଲିସ ୯ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ମୋଟ୍ ୨୭ଟି ଫୋନ୍‌ ସେଟ୍‌ ଜବତ କରିଛି। ନୂଆପଲ୍ଲୀ ଥାନା ପୁଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲିତୋଟା ସାହିବସ୍ତିର ଭୁବନ ମହାନ୍ତି, ଖଣ୍ଡଗିରି ତେଲିସାହିର ରାକେଶ ସାହୁ, ନୀଳକଣ୍ଠନଗରର ବିଜୟ ସ୍ବାଇଁ, ୟୁନିଟ୍‌ -୮ ସିବିଆଇ କଲୋନି ପଛପଟେ ରହୁଥିବା ବିରଞ୍ଚି ମୁଦୁଲି। ସେମାନଙ୍କ ଠାରୁ ୧୬ଟି ମୋବାଇଲ ଫୋନ୍‌ ସେଟ୍‌ ଜବତ କରାଯାଇଛି।

ସେହିଭଳି ବଡ଼ଗଡ଼ ଓ ଲକ୍ଷ୍ମୀସାଗର ଥାନା ପୁଲିସ ଦ୍ବାରା ୪ ଜଣ ଲୁଟେରାଙ୍କୁ ଗିରଫ କରାଯାଇ ୬ ଫୋନ୍ ଜବତ କରାଯାଇଛି। ବଡ଼ଗଡ଼ ଥାନା ପୁଲିସ ଦ୍ବାରା ଗିରଫ ହୋଇଥିବା ୩ ଲୁଟେରା ହେଲେ ପି. ରାମାରାଓ, ଆଲୋକ ପରମାଣିକ ଓ ସତ୍ୟସାଗର ପ୍ରଧାନ। ଲକ୍ଷ୍ମୀସାଗର ଥାନା ପୁଲିସ ସନ୍ତୋଷ ବେହେରାକୁ ଗିରଫ କରିଛି। କ୍ୟାପିଟାଲ ହସ୍‌ପିଟାଲର କର୍ମଚାରୀ ହେମନ୍ତ ବାରିକଙ୍କ ଘରୁ ୫ଟି ମୋବାଇଲ୍‌ ଫୋନ୍‌ ଚୋରି କରିଥିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ବିଚୁ ପଡ଼ିଆ ବସ୍ତିର ନବୀନ ଶତପଥୀକୁ ଗିରଫ କରିଛି। ତା’ ଠାରୁ ୫ଟି ମୋବାଇଲ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe