ଶିଶୁଙ୍କ ଲାଗି ସୁରକ୍ଷିତ ବାତାବରଣ ଲୋଡ଼ା

Advertisment

୨୮ତମ ପିକକ୍‌ ଶିଶୁ ମେଳା ଉଦ୍‌ଘାଟିତ

୨୮ତମ ପିକକ୍‌ ଶିଶୁ ମେଳା ଉଦ୍‌ଘାଟିତ

ଶିଶୁଙ୍କ ଲାଗି ସୁରକ୍ଷିତ ବାତାବରଣ ଲୋଡ଼ା

ଭୁବନେଶ୍ୱର: ପିପୁଲ୍ସ କଲଚରାଲ ସେଣ୍ଟର(ପିକକ୍‌) ପକ୍ଷରୁ ଆଜିଠାରୁ ଏକାମ୍ର ହାଟରେ ଆରମ୍ଭ ହୋଇଛି ସପ୍ତାହବ୍ୟାପୀ ଶିଶୁ ମେଳା। ଭିଜିଲାନ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ପୋଲିସ ପ୍ରଶାସକ ଦେବାଶିଷ ପାଣିଗ୍ରାହୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଜୀବନରେ ବିଫଳତାକୁ ସହି ପିଲାମାନେ ପୁଣିଥରେ ସଫଳତା ଆଡ଼କୁ ଯିବାର ସାମର୍ଥ ସୃଷ୍ଟି କରିବାର ଦାୟିତ୍ୱ ପିତାମାତାଙ୍କର ବୋଲି କହିଥିଲେ।

‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଲେ, ପିଲାଙ୍କ ପଢ଼ିବା ଲାଗି ସୁରକ୍ଷିତ ବାତାବରଣ ଦରକାର। ସୁରକ୍ଷିତ ଶିଶୁ ଏବଂ ଆନନ୍ଦମୟ ଶୈଶବ ସୁନିଶ୍ଚିତ କରିବାର ପ୍ରାଥମିକ ଦାୟିତ୍ୱ ହେଉଛି ବାପା, ମା’ ଏବଂ ପରିବାରର। ଏଥିସହ ପିଲାଙ୍କ ସାମଗ୍ରିକ ବିକାଶ ଦିଗରେ ସମସ୍ତଙ୍କର ସହଯୋଗ ଲୋଡ଼ା। ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଯୋଗଦେଇ ପିଲାମାନେ ଜନ୍ମଭୂମି ଓ ମାତୃଭାଷାକୁ ସମ୍ମାନ ଜଣାଇବା ଦରକାର ବୋଲି କହିଥିଲେ। ରାଜ୍ୟ ଶ୍ରମ କମିସନର ସଚିନ୍‌ ରାମଚନ୍ଦ୍ର ଯାଦବ ଯୋଗଦେଇ ଶିଶୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।

ପିକକ୍‌ ଶିଶୁ ମେଳାର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ୟୁନିସେଫର ଲକ୍ଷ୍ମୀନାରାୟଣ ନନ୍ଦ, ଆଡପସନ୍ସ ସଣ୍ଟ୍ରେମର ରୁବି ରାଉତ, ପିକକ୍‌ର ଅଧ୍ୟକ୍ଷା ଆଦରମଣି ବରାଳ, ଶିଶୁ ଅଧିକାର ଗୁଡ୍‌ଉଇଲ୍‌ ଆମ୍ବାସଡର ଆକାଂକ୍ଷା କବି, ନିକିତା ମିଶ୍ର, ଅଭିନେତା ଆର୍ଯ୍ୟନ୍‌ ଦାଶ କୁମାର, ଚଳଚ୍ଚିତ୍ର ଅଭିନେତ୍ରୀ ଭୂମିକା ଦାସ, ଲାବଣ୍ୟ ଦାସ ପ୍ରମୁଖ ଯୋଗଦେଇ ପିଲାଙ୍କୁ ଉପଦେଶ ଦେଇଥିଲେ। ପିକକ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପିକକ୍‌ର ରତ୍ନା ଦାଶ, ଜ୍ୟୋତି ମହାପାତ୍ର, ଜ୍ୟୋତି ଶଙ୍କର ମହାନ୍ତି, ଶ୍ରୀନିବାସ ଘଟୁଆରି,ଗଣେଶ୍ୱର ସିଂ, ମୋନିକା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ସ୍ନେହପ୍ରଭା ସାମନ୍ତରାୟଙ୍କ ଦ୍ୱାରା ନିର୍ଦ୍ଦେଶିତ ଶିଶୁ କଳାକାର, ୟୁନିଟ୍‌ -୬ ବାଳିକା ବିଦ୍ୟାଳୟ, ସନରାଇଜ ପବ୍ଲିକ ସ୍କୁଲ, ରୟାଲ ପବ୍ଲିକ ସ୍ଲୁଲ, ଭିକି ଡ୍ୟାନ୍ସ ଗ୍ରୁପ, ସାରଳା ଡ୍ୟାନ୍ସ ଏକାଡେମୀ, ନୃତ୍ୟ ଉପାସନା ପିଠ, ଭ୍ରମରବର ଦଳେଇଙ୍କ ଦ୍ୱାରା ନିର୍ଦ୍ଦେଶିତ ଅର୍କେଷ୍ଟାରେ ଚିତ୍ତାକର୍ଷକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe