୨୯ଜଣଙ୍କୁ ପୁଲିସ ସେବା ପଦକ: ୨ ଜଣ ପାଇଲେ ରାଷ୍ଟ୍ରପତି ପୁଲିସ ପଦକ

Advertisment
୨୯ଜଣଙ୍କୁ ପୁଲିସ ସେବା ପଦକ: ୨ ଜଣ ପାଇଲେ ରାଷ୍ଟ୍ରପତି ପୁଲିସ ପଦକ

Ommcom News

ଭୁବନେଶ୍ବର: ୭୬ ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟର ୨୯ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁଲିସ ପଦକ ପ୍ରଦାନ କରାଯାଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରିଥିବା ବେଳେ ସାହସିକତା ପାଇଁ ୯ ଜଣ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ପଦକ ପ୍ରଦାନ କରିଛନ୍ତି। ସେହିପରି ଗୃହରକ୍ଷୀ ବିଭାଗର ୫ଜଣ ଓ ଜେଲ ବିଭାଗର ୨ଜଣଙ୍କୁ ପଦକ ପ୍ରଦାନ କରାଯାଇଛି। ତେବେ ବିଶିଷ୍ଟ ସେବା ପାଇଁ କମିସନରେଟ ପୁଲିସର ଅତିରିକ୍ତ କମିସନର ପ୍ରାଣକୃଷ୍ଣ ରାଉତ ଏବଂ କଟକର କନେଷ୍ଟବଳ ପ୍ରଦୀପ କୁମାର ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି।

ସେହିପରି ସାହସିକତା ପାଇଁ ମାଲକାନଗିରି ଓଏପିଏଫର ସ୍ବର୍ଗତ ଜୟରାମ କବାସୀ, ମୟୂରଭଞ୍ଜ ଏସପି ଋଷିକେଶ ଡି ଖଲାରୀ, ମାଲକାନଗିରି ଓଏପିଏଫର ରାମୁ ଦୁରୁଆ, କନେଷ୍ଟବଳ ବନ୍ଧୁ ହନ୍ତାଳ, ଘେନୁ ହନ୍ତାଳ, ଭୁବନେଶ୍ବର ଚନ୍ଦକା ଏସଓଜି ହାବିଲଦାର ପ୍ରବୀଣ ଥାପା, ରାଜେଶ ବିଶ୍ବକର୍ମା, ଏସଓଜି କମାଣ୍ଡୋ ଜୀବନ ସହାଇ ଏବଂ ଔଷଧିନାଥ ବେହେରାଙ୍କୁ ପୁଲିସ ପଦକ ପ୍ରଦାନ କରାଯାଇଛି।

ଭିଜିଲାନ୍ସ ନିର୍ଦେଶାଳୟର ଆଇଜି ସଞ୍ଜୟ କୁମାର କୌଶଳ, ଭଦ୍ରକ ଡିଏସପି କମଳ ଲୋଚନ ଭୂୟାଁ, ଭିଜିଲାନ୍ସ ନିର୍ଦେଶାଳୟର ଡିଏସପି ସୁଜାତା ଖଣ୍ଡୁଆଳ, ସ୍ପେସାଲବ୍ରାଞ୍ଚ ଡିଏସପି ରଘୁନାଥ ପ୍ରସାଦ ନାୟକ, ଭୁବନେଶ୍ବର କମିସନରେଟର ପୁଲିସର ଏସିପି ଅରୁଣ କୁମାର ସ୍ବାଇଁ, ଭିଜିଲାନ୍ସ ନିର୍ଦେଶାଳୟର ହାବିଲଦାର ସେଖ ଆତାଉଲ୍ଲା, ଏଏସଆଇ କୃତିବାସ ପଣ୍ଡା, ସମ୍ବଲପୁର ଏସଆଇ ମଧୁସୂଦନ ବେହେରା, ଡେପୁଟି କମାଣ୍ଡାଣ୍ଟ ପୱଲ ଦୟାଲ ବା, ଗଞ୍ଜାମ ଡିଏସପି ଅଜୟ କୁମାର ମିଶ୍ର ଏବଂ ବ୍ରହ୍ମପୁରର କନେଷ୍ଟବଳ ମାଇଲି ମୋହନଙ୍କୁ ପୁଲିସ୍ ପଦକ ପ୍ରଦାନ କରାଯାଇଛି। ଏହାଛଡ଼ା ଗୃହରକ୍ଷୀ ବିଭାଗର ଜୟନ୍ତ ପଟେଲ, ରବୀନ୍ଦ୍ର ମଲ୍ଲିକ, ମାୟାଧର ସୂତାର, ସିଭିଲ ଡିଫେନ୍‌ସର ବୀର ରାଜକିଶାର ସ୍ବାଇଁ, ସୁରଜ ହେମ୍ବ୍ରମ ଏବଂ ଝାରପଡ଼ା ଜେଲ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁ ଓ ଆଠମଲ୍ଲିକ ଜେଲର ଦିଲ୍ଲୀପ କୁମାର କେରକେଟାଙ୍କୁ ଏହି ସମ୍ମାନଜନକ ପଦକରେ ସମ୍ମାନିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe