‘ସହଯୋଗ’ର ଦ୍ୱିତୀୟ ବାର୍ଷିକୋତ୍ସବ

ପ୍ରଫେସର ଜଗନମୋହନ ସାହୁଙ୍କୁ ‘ସହଯୋଗ ସହାୟତା ସମ୍ବର୍ଦ୍ଧନା’

‘ସହଯୋଗ’ର ଦ୍ୱିତୀୟ ବାର୍ଷିକୋତ୍ସବ

ଭୁବନେଶ୍ୱର : ଲେଖକ କଲ୍ୟାଣ ନ୍ୟାସ ‘ସହଯୋଗ’ର ଦ୍ୱିତୀୟ ବାର୍ଷିକୋତ୍ସବ ତଥା ପ୍ରଥମ ସହାୟତା ସମ୍ବର୍ଧନା ସମାଗମ ଆଜି ସ୍ଥାନୀୟ ଉତ୍କଳମଣି ସଭାକକ୍ଷରେ ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍‌ ନୀଳାଦ୍ରି ଭୂଷଣ ହରିଚନ୍ଦନ, ପ୍ରଫେସର ମନୋରଞ୍ଜନ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶିକ୍ଷାବିତ୍‌ ପ୍ରଫେସର ଜଗନମୋହନ ସାହୁଙ୍କୁ ‘ସହଯୋଗ ସହାୟତା ସମ୍ବର୍ଧନା’ ସମ୍ମାନ ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ତାଙ୍କୁ ୧୫ ହଜାର ଟଙ୍କା ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି। ଏହି ଅବସରରେ କବି ଚମକ ଚାନ୍ଦିନୀ ଦାସ, ନିରୂପମା କର ଓ ରଜତ ରଶ୍ମୀ ସ୍ୱାଇଁଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ବାସୁଦେବ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କବିତା ପାଠୋତ୍ସବରେ ପ୍ରଫେସର ବନମାଳି ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ୩୦ରୁ ଊର୍ଧ୍ୱ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଅନୀଲ କୁମାର ପାଢ଼ୀ ଓ ସମ୍ପାଦକ ଗୋପାଳ କୃଷ୍ଣ ଆଚାର୍ଯ୍ୟ ଉପସ୍ଥିତ ଥିଲେ। କବି ସ୍ନେହଲତା ପୃଷ୍ଟି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe