Advertisment

ଯୁକ୍ତ ୨ ପରୀକ୍ଷା ଫଳ: ବାପାଙ୍କ ସଂଘର୍ଷର ମୂଲ୍ୟ ରଖିଲେ ରୁବିରାଣୀ

Advertisment
ଯୁକ୍ତ ୨ ପରୀକ୍ଷା ଫଳ:  ବାପାଙ୍କ ସଂଘର୍ଷର ମୂଲ୍ୟ ରଖିଲେ ରୁବିରାଣୀ

ଭୁବନେଶ୍ବର: ଗାଁ ଭିଟାମାଟି ଛାଡ଼ି ପୁରୀ ଜିଲ୍ଲା କାକଟପୁରରୁ ଭୁବନେଶ୍ବରକୁ ଆସିଥିଲେ କୈଳାସ ଚନ୍ଦ୍ର ସ୍ବାଇଁ। ବସ୍ତିରେ ଛୋଟ ଚାଳ ଘରେ ରହି ସିଆରପି ଛକ ନିକଟରେ ଛୋଟ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି। ପରିବାରରେ ଅନେକ ସମସ୍ୟା। ତା’ପରେ ବି କେବେ ହେଲେ ଝିଅର ପାଠପଢ଼ା ପାଇଁ ହେଳା କରି ନାହାନ୍ତି। ବହି ଯୋଗାଇବାଠାରୁ ଆରମ୍ଭ କରି ଟିଉସନ୍‌ ପା‌ଇଁ ଅର୍ଥଯୋଗାଣ ପର୍ଯ୍ୟନ୍ତ ସବୁଥିରେ ବାପା ସହଯୋଗ କରିଥିଲେ।

ଝିଅ ବି ବାପାଙ୍କ କଷ୍ଟକୁ ଅନୁଭବ କରି ପାଠପଢ଼ାରେ ଲାଗି ପଡ଼ିଥିଲେ। ଶେଷରେ ଆଜି ଉଭୟ ବାପା ଓ ଝିଅଙ୍କର ସ୍ବପ୍ନ ସାକାର ହୋଇଛି। ବାପାଙ୍କ ଶ୍ରମ ଓ ଆଶା ଭରସାକୁ ସାର୍ଥକ କରିଛନ୍ତି ରୁବିରାଣୀ ସ୍ବାଇଁ। କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ବାରା ଚଳିତ ବର୍ଷ ଯୁକ୍ତ୨ କଳା ପରୀକ୍ଷାରେ ୫୧୯ ନମ୍ବର ରଖି ବିଜୁ ପଟ୍ଟନାୟକ କଲେଜ ଅଫ୍‌ ସାଇନ୍ସ ଆଣ୍ଡ ଏଜୁକେସନ କଲେଜର ଟପର୍‌ ହୋଇଛନ୍ତି। ନୂଆପଲ୍ଲୀ ନୀଳକଣ୍ଠ ବସ୍ତିରେ ରହୁଥିବା କୈଳାସଙ୍କ ଝିଅର ଏହି ସଫଳତାକୁ ନେଇ ଆଜି କଲେଜଠାରୁ ବସ୍ତି ପର୍ଯ୍ୟନ୍ତ ସବୁଠି ଖୁସି ଖେଳି ଯାଇଛି। ରୁବିରାଣୀ କହିଛନ୍ତି ଯେ କରୋନା ସମୟରେ ବାରମ୍ବାର ଦୋକାନ ବନ୍ଦ ହୋଇଥିଲା। ମାତ୍ର ମୋ ପାଠପଢ଼ା ବ୍ୟାହତ ହେବାକୁ ଦେଇନଥିଲେ। ଆଗକୁ ଏମ୍‌ବିଏ ପଢ଼ି ଭଲ କମ୍ପାନିରେ ଚାକିରି କରିବା ସହ ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe