୩୧ରେ ଦ୍ୱିତୀୟ ଓଲିଉଡ ସ୍କ୍ରିନ୍‌ ଆଓ୍ଵାର୍ଡ

Advertisment
୩୧ରେ ଦ୍ୱିତୀୟ ଓଲିଉଡ ସ୍କ୍ରିନ୍‌ ଆଓ୍ଵାର୍ଡ

ଭୁବନେଶ୍ୱର : ଓଡ଼ିଶାର କଳା ଓ କଳାକାରଙ୍କୁ ଉତ୍ସାହିତ କରିବା ଲାଗି ଆରମ୍ଭ ହୋଇଥିବା ଓଲିଉଡ ସ୍କ୍ରିନ୍‌ ଆୱାର୍ଡ ଆସନ୍ତା ୩୧ ତାରିଖରେ ବାଲେଶ୍ୱର ଜିଲ୍ଲା ରେମୁଣାଠାରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଥର ଲାଗି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ୨୧ଟି ଆୱାର୍ଡ ପ୍ରଦାନ କରାଯିବ ବୋଲି ଆଜି ହୋଟେଲ ଆର୍ଯ୍ୟ ପ୍ୟାଲେସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଆୱାର୍ଡ ଉତ୍ସବରେ ଟେଲିଭିଜନ ଓ ସିନେମା ଜଗତର ଲୋକପ୍ରିୟ କଳାକାରମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ ବୋଲି ଓଲିଉଡ ସ୍କ୍ରିନ୍‌ ଆୱାର୍ଡର ପ୍ରତିଷ୍ଠାତା ତଥା ସଭାପତି ସୁବ୍ରତ ନାୟକ, ସଙ୍ଗଠନ ସମ୍ପାଦକ ମହେଶ ହାଜରା, ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଅଭିନେତ୍ରୀ ଅନିଷା, ଅର୍ପିତା, ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe