ଆକ୍ରମଣ ଅଭିଯୋଗରେ ୩ ଅଟକ, ଖଣ୍ଡା ଜବତ

Advertisment
ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ବାରଙ୍ଗ : ନନ୍ଦନକାନନ ଥାନା ମରିଚିଆ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଘଟିଥିବା ଗଣ୍ଡଗୋଳ ମାମଲାରେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ଥାନାରେ ପୂର୍ବ ଗଣ୍ଡଗୋଳର ସମାଧାନ କରି ଘରକୁ ଫେରୁଥିବାବେଳେ ବାଟରେ ଛକି ରହିଥିବା ଜଣକ ପୁଅ ପ୍ରତିପକ୍ଷକୁ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରି ଥାନାରେ ଅଟକ ରହିଛି। ପୁଲିସ ଖଣ୍ଡାକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

ସୂଚନାନୁସାରେ ଗତ ଗୁରୁବାର ପଗଲା ରାଉତ ଓ ବାବୁଲି ରାଉତଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳରେ ପଗଲା ରାଉତଙ୍କ ମୁଣ୍ଡ ଫାଟିଥିଲା। ଉଭୟ ପକ୍ଷରୁ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଉଭୟ ପକ୍ଷଙ୍କ ସହମତିରେ ଆଜି ରାତିରେ ଥାନାରେ ସମାଧାନ ହୋଇଥିଲା। ସମାଧାନ ସାରି ସେମାନେ ଘରକୁ ଫେରୁଥିବାବେଳେ ବାଟରେ ଏକ ସ୍କୁଲ ପାଖରେ ଛକି ରହିଥିବା ପଗଲାର ପୁଅ ଲିପୁନ ଓ ତା’ର ୨ ସହଯୋଗୀ ପ୍ରତିପକ୍ଷ ବାବୁଲିଙ୍କ ପରିବାରକୁ ଖଣ୍ଡାରେ ଆକ୍ରମଣ କରିବାକୁ ଗୋଡ଼ାଇଲେ। ସେମାନଙ୍କ ପାଟି ଶୁଣି ପୁଲିସ ତୁରନ୍ତ ସେମାନଙ୍କ ନିକଟରେ ପହଞ୍ଚି ୩ ଆକ୍ରମଣକାରୀଙ୍କୁ କାବୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe