ଅଟୋ ଚାଳକଙ୍କୁ ଲୁଟ୍‌ ମାମଲା, ୩ ଗିରଫ

Advertisment
ଅଟୋ ଚାଳକଙ୍କୁ ଲୁଟ୍‌ ମାମଲା, ୩ ଗିରଫ

ମେଣ୍ଢାଶାଳ : ଗତକାଲି ରାତିରେ ଜଣେ ଅଟୋଚାଳକଙ୍କୁ ଲୁଟ୍‌ କରିଥିବା ଅଭିଯୋଗରେ ଆଜି ଚନ୍ଦକା ଥାନା ପୁଲିସ ୩ ଜଣଙ୍କୁ ଠାବ କରିଥିବା ଜଣାପଡ଼ିଛି। ତଦନ୍ତ ସରିନଥିବାରୁ ସେମାନଙ୍କୁ ଥାନାରେ ଅଟକ ରଖାଯାଇଛି ଏବଂ ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି। ଗତକାଲି ରାତିରେ ଅଟୋ ନେଇ ଘରକୁ ଫେରିବା ବାଟରେ ଚୂନକୋଳି ବସ୍ତିର ଅଟୋଚାଳକ ବିଶ୍ୱଜିତ୍ ସାହୁ(୪୧)ଙ୍କୁ ସେହି ବସ୍ତିର କିଛି ଯୁବକ ଛୁରି ଦେଖାଇ ମାଡ଼ ମାରିବା ସହିତ ୨୫୦୦ ଟଙ୍କା ଓ ମୋବାଇଲ ଫୋନ ଛଡ଼ାଇନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe