ଚାଳକଙ୍କୁ ବାତ ମାରିଲା: ୩ କାର୍‌, ଜଳଖିଆ ଦୋକାନ ଭାଙ୍ଗିଲା ବସ୍‌

Advertisment
ଚାଳକଙ୍କୁ ବାତ ମାରିଲା: ୩ କାର୍‌, ଜଳଖିଆ ଦୋକାନ ଭାଙ୍ଗିଲା ବସ୍‌

ଭୁବନେଶ୍ବର: ବସ୍‌ ଚାଳକଙ୍କୁ ବାତ ମାରିବାରୁ ଆଜି ସନ୍ଧ୍ୟାରେ ବରମୁଣ୍ଡା କାଳୀମନ୍ଦିର ପଡ଼ିଆ ସମ୍ମୁଖସ୍ଥ ସର୍ଭିସ୍ ରୋଡ୍‌ରେ ସିରିଜ୍‌ ଦୁର୍ଘଟଣା ଘଟିଛି। ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ମହାପାତ୍ର ନାମକ ଘରୋଇ ଯାତ୍ରୀବାହୀ ବସ୍(ଓଡି୨୨ପି ୩୭୭୨) ଡ୍ରେନ୍ ଉପରକୁ ମାଡ଼ି ଯାଇଥିଲା। ଫଳରେ ରାସ୍ତା ପାର୍ଶ୍ବରେ ଥିବା ୩ଟି କାର୍ କ୍ଷତିଗ୍ରସ୍ତ ହେବା ସହିତ ଏକ ଜଳଖିଆ ଦୋକାନ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି।

ଜଳଖିଆ ଦୋକାନୀ ଅରକ୍ଷିତ ବିଶ୍ବାଳଙ୍କ ଗୋଡ଼ ଉପରେ ବସ୍‌ ମାଡ଼ି ଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ପୁଲିସ ପହଞ୍ଚି ଅରକ୍ଷିତଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ଅପରପକ୍ଷରେ ରାତ୍ରିକାଳୀନ କର୍ଫ୍ୟୁ ୯ଟାରୁ ଆରମ୍ଭ ହେଉଥିବାରୁ ଲୋକେ ବଜାରରୁ ଜିନିଷ କିଣି ଘରକୁ ଫେରୁଥିଲେ। ତେଣୁ ରାସ୍ତାରେ ଲୋକଙ୍କ ଗହଳି ଥିଲା। ମାତ୍ର ସୌଭାଗ୍ୟବଶତଃ ଗାଡ଼ିର ଷ୍ଟିଅରିଂ ବାମ ପାର୍ଶ୍ବକୁ ବୁଲିଯିବାରୁ ଡ୍ରେନ୍ ଉପରକୁ ମାଡ଼ି ଯାଇଥିଲା। ଫଳରେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe