ପିଏନ୍‌ବିରୁ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ: ବ୍ୟାଙ୍କ୍ ପ୍ରବନ୍ଧକଙ୍କ ସମେତ ୩ ଗିରଫ

ପିଏନ୍‌ବିର ୧୧୫୯ କୋଟି ନିଟ୍‌ ଲାଭ

Maru Gujarat Ojas

ଭୁବନେଶ୍ବର: ଚଞ୍ଚକତା କରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖାଇ(ଓଡବ୍ଲୁ) ବ୍ୟାଙ୍କର ବାପୁଜୀନଗର ଶାଖା ପ୍ରବନ୍ଧକଙ୍କ ସମେତ ସହକର୍ମୀ ଓ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ପଳାସୁଣିର ବୀରେନ୍ଦ୍ର କୁମାର ପଟ୍ଟନାୟକ, ବଡ଼ଗଡ଼ ଉପରସାହିର ନରେନ୍ଦ୍ର ନାୟକ ଓ ଚନ୍ଦକାର ପ୍ରକାଶ କୁମାର ବେହେରା।

ସୂଚନାନୁଯାୟୀ, କିଛି ବର୍ଷ ତଳେ ବାଲିଅନ୍ତାର ପ୍ରଶାନ୍ତ କୁମାର ମହାପାତ୍ର ଋଣ ନେବା ପାଇଁ ବାପୁଜୀନଗରସ୍ଥିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍‌ରେ ଆବେଦନ କରିଥିଲେ। ପ୍ରଶାନ୍ତ ନିଜର ୨ଟି ଫ୍ଲାଟ୍‌କୁ ବ୍ୟାଙ୍କ୍‌ରେ ବନ୍ଧକ ରଖି ୧୦ ଲକ୍ଷ ଟଙ୍କା ଋଣ ନେଇଥିଲେ। କିନ୍ତୁ ଶାଖା ପ୍ରବନ୍ଧକ ନରେନ୍ଦ୍ର ଓ କର୍ମଚାରୀ ବୀରେନ୍ଦ୍ର ଏହାକୁ ମୌକା ଭାବି ବ୍ୟାଙ୍କରୁ ଟଙ୍କା ହଡ଼ପ କରିଥିଲେ। ସେମା‌ନେ ଚଞ୍ଚକତା କରି ବାପୁଜୀନଗରସ୍ଥିତ ଲିଙ୍ଗରାଜ ଏଣ୍ଟର୍‌ପ୍ରାଇଜ୍‌ର ବ୍ୟବସାୟୀ ପ୍ରକାଶଙ୍କୁ ବନ୍ଧକ ଫ୍ଲାଟ୍‌ ଦୁଇଟିର ମାଲିକ ଭାବେ କାଗଜପତ୍ରରେ ଦର୍ଶାଇଥିଲେ ଓ ତାଙ୍କ ନାଁରେ ପ୍ରାୟ ୩ କୋଟି ୬୮ଲକ୍ଷ ୭୮ହଜାର ଟଙ୍କା ଋଣ ମଂଜୁର କରାଇଥିଲେ। ଅପରପେକ୍ଷ ପ୍ରଶାନ୍ତ ଗତ ୨୦୨୧ ଅକ୍ଟୋବରରେ ନେଇଥିବା ସମସ୍ତ ଋଣ ଟଙ୍କା ବ୍ୟାଙ୍କ୍‌କୁ ଫେରସ୍ତ କରି ବନ୍ଧକ ରଖିଥିବା ଫ୍ଲାଟ୍ ୨ଟିର ଡକ୍ୟୁମେଣ୍ଟ୍ ମାଗିଥିଲେ। କିନ୍ତୁ ନରେନ୍ଦ୍ର ଓ ବୀରେନ୍ଦ୍ର ପ୍ରଶାନ୍ତଙ୍କୁ ଡକ୍ୟୁମେଣ୍ଟ୍ ଦେଇନଥିଲେ। ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ। ତେଣୁ ବାଧ୍ୟ ହୋଇ ପ୍ରଶାନ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଇଓଡବ୍ଲୁ ଗତ ଡିସେମ୍ବର ୮ତାରିଖରେ ପିଏନ୍‌ବି କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଥିଲା। ତଦନ୍ତରୁ ନରେନ୍ଦ୍ର, ବୀରେନ୍ଦ୍ର ଓ ପ୍ରକାଶଙ୍କ ଚଞ୍ଚକତା ସାମ୍ନାକୁ ଆସିଥିଲା। ତେଣୁ ଇଓଡବ୍ଲୁ ବ୍ୟାଙ୍କ୍‌ ପ୍ରବନ୍ଧକଙ୍କ ସମେତ ୩ଜଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଥିଲା। ଆଜି ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe