ଡକାୟତି ପୂର୍ବରୁ ଧରାପଡ଼ିଗଲେ ୩ ଦୁର୍ଦାନ୍ତ: କାର୍‌ରୁ ମିଳିଲା ବନ୍ଧୁକ, ବୋମା ଓ ଭୁଜାଲି

Advertisment

ଶନିବାର ରାତିରେ ବାରଙ୍ଗ ଥାନା ପୁଲିସ ଏକ ବଡ଼ଧରଣର ଡକାୟତି ରୋକିବାରେ ସଫଳ ହୋଇଛି। ଖବର ପାଇ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବାରୁ ଡକାୟତି ପାଇଁ ପ୍ରସ୍ତୁତ ହେଉଥିବା ୩ ଦୁର୍ଦାନ୍ତ ଅପରାଧୀ ଧରାପଡ଼ିଯାଇଛନ୍ତି।

ଶନିବାର ରାତିରେ ବାରଙ୍ଗ ଥାନା ପୁଲିସ ଏକ ବଡ଼ଧରଣର ଡକାୟତି ରୋକିବାରେ ସଫଳ ହୋଇଛି। ଖବର ପାଇ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବାରୁ ଡକାୟତି ପାଇଁ ପ୍ରସ୍ତୁତ ହେଉଥିବା ୩ ଦୁର୍ଦାନ୍ତ ଅପରାଧୀ ଧରାପଡ଼ିଯାଇଛନ୍ତି।

sfsfxxc

ବାରଙ୍ଗ/ ତ୍ରିଶୁଳିଆ: ଶନିବାର ରାତିରେ ବାରଙ୍ଗ ଥାନା ପୁଲିସ ଏକ ବଡ଼ଧରଣର ଡକାୟତି ରୋକିବାରେ ସଫଳ ହୋଇଛି। ଖବର ପାଇ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବାରୁ ଡକାୟତି ପାଇଁ ପ୍ରସ୍ତୁତ ହେଉଥିବା ୩ ଦୁର୍ଦାନ୍ତ ଅପରାଧୀ ଧରାପଡ଼ିଯାଇଛନ୍ତି। ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ସଂଗ୍ରାମ ଦାସ(୩୯), ବାରଙ୍ଗ ଥାନା ନରାଜ ଗ୍ରାମର ଦେବୀପ୍ରସାଦ ଦଳେଇ(୨୨) ଓ କଟକ ମଙ୍ଗଳାବାଗ ଥାନା ଅଞ୍ଚଳର ବାପିନା ପାତ୍ର(୨୬)। ପୁଲିସ ସେମାନଙ୍କ କାର୍‌ରୁ ଏକ ଦେଶୀ ବନ୍ଧୁକ, ଭୁଜାଲି, ୨ଟି ବୋମା ଜବତ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଅନ୍ୟମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି। 

ଶନିବାର ରାତି ପ୍ରାୟ ୧୧ଟା ବେଳେ ପୁଲିସକୁ ଏକ ଖବର ମିଳିଥିଲା ଯେ କିଛି ଦୁର୍ବୃତ୍ତ ନରାଜ ପାହାଡ଼ ତଳେ ଓମ୍‌ଫେଡ୍‌ ପ୍ଲାଣ୍ଟ ପାଖ ରେଳବାଇ ଅଣ୍ଡରପାସ୍‌ରେ ଏକାଠି ହୋଇଛନ୍ତି। ଏକ ନମ୍ବରବିହୀନ କାର୍‌ରେ ୫/୭ଜଣ ଦୁର୍ବୃତ୍ତ ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ସେମାନଙ୍କ ସନ୍ଦେହଜନକ ଗତିବିଧିକୁ ଲକ୍ଷ୍ୟ କରି ସ୍ଥାନୀୟ କିଛି ଯୁବକ ଗୋଡ଼ିସାହି ଫାଣ୍ଡି ପୁଲିସକୁ ଏହି ଖବର ଜଣାଇଥିଲେ। ଫାଣ୍ଡି ଅଧିକାରୀ ବାରଙ୍ଗ ଥାନାକୁ ଜଣାଇବା ପରେ ଆରମ୍ଭ ହୋଇଥିଲା ପୁଲିସ ଅପରେସନ୍‌। ଅତର୍କିତ ଭାବେ ରେଳବାଇ ଅଣ୍ଡରପାସ୍‌କୁ ଦୁଇ ପଟୁ ପୁଲିସ ଘେରିଯାଇଥିଲା। ତଥାପି ୩/୪ ଜଣ ଅନ୍ଧାର ସୁଯୋଗରେ ରେଳଧାରଣା ଉପରକୁ ଉଠି ଦୌଡ଼ିଥିଲେ। ପୁଲିସ ଗୋଡ଼ାଇ ଗୋଡ଼ାଇ ଜଣକୁ କାବୁ କରିଥିଲା ଏବଂ ଅନ୍ୟମାନେ ଖସିଯିବାରେ ସକ୍ଷମ ହୋଇଥିଲେ। ଏମିତିରେ ପୁଲିସ ପଞ୍ଝାରେ ପଡ଼ିଯାଇଥିଲେ ସଂଗ୍ରାମ, ଦେବୀପ୍ରସାଦ ଓ ବାପିନା। କାର୍‌ ଯାଞ୍ଚ କଲାବେଳେ ଭିତରୁ ଗୋଟିଏ ବନ୍ଧୁକ, ୨ଟି ବୋମା ଓ ଭୁଜାଲି ମିଳିଥିଲା। ସେମାନେ ଏକ ବଡ଼ଧରଣର ଡକାୟତି କରିବା ଯୋଜନା କରିଥିଲେ ବୋଲି ସ୍ବୀକାର କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe