୩ ସାଇବର ଠକ ଗିରଫ, ଚାକିରି ଦେବା ନାଁରେ ଠକୁଥିଲେ

Advertisment
ଯୁବକଙ୍କୁ ଛୁରିରେ ଆକ୍ରମଣ ଘଟଣା: ଫେରାର୍‌  ଅଭିଯୁକ୍ତ ଗିରଫ

Image Courtesy of East Coast Daily English

ଭୁବନେଶ୍ବର: ଅନ୍‌ଲାଇନ୍‌ରେ ଚାକିରି ବିଜ୍ଞାପନ ଦେଇ ଲୋକଙ୍କୁ ଲୁଟୁଥିବା ୩ ସାଇବର୍‌ ଠକଙ୍କୁ ଆଜି ଭୁବନେଶ୍ବର ସାଇବର୍‌ ଓ ଅର୍ଥନୈତିକ ଅପରାଧ ଥାନା ଗିରଫ କରିଛି। ସେମାନେ ହେଲେ, ଗଞ୍ଜାମ ଜିଲ୍ଲା ପାତପୁର ଅଞ୍ଚଳର ମଙ୍ଗୁଳି ସ୍ବାଇଁ(୨୮), ଢ଼େଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳର ହିମାଦ୍ରି ବେହେରା(୨୩) ଏବଂ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ଉମାକାନ୍ତ ରଣା(୫୧)। ପୁଲିସ ସେମାନଙ୍କଠାରୁ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି।

ସୂଚନା ମୁତାବକ, ଗତ ୨ବର୍ଷ ହେବ ଅଭିଯୁକ୍ତମାନେ ଦି ରିସ୍କ ସଲ୍ୟୁସନ୍‌ ନାମକ ଏକ ସଂସ୍ଥା ଖୋଲିଥିଲେ। ଫେସ୍‌ବୁକ୍‌ ଏବଂ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସେ ଚାକିରି ପାଇଁ ବିଜ୍ଞାପନ ଦେଉଥିଲେ। ଯିଏ ତାଙ୍କ ଜାଲରେ ଫସୁଥିଲା, ବିଭିନ୍ନ ଆଳ କରି ମୋଟା ଅଙ୍କର ଟଙ୍କା ଲୁଟି ନେଉଥିଲେ। ସେମାନେ ଆବେଦନାକରୀଙ୍କ ପିଛା ୩୦ହଜାରରୁ ଆରମ୍ଭ କରି ୩ଲକ୍ଷ ପର୍ଯ୍ୟନ୍ତ ଟଙ୍କା ମାଗୁଥିଲେ। ଟଙ୍କା ପାଇଯିବା ପରେ ଆଉ ଧରାଛୁଆଁ ଦେଉନଥିଲେ। ଠକାମିର ଶିକାର ହୋଇଥିବା ୩ଜଣ ଯୁବକ ଏନେଇ ସାଇବାର ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ସେମାନଙ୍କ ଠିକଣା ଠାବ ପରେ ପୁଲିସ ଜଣଙ୍କ ପରେ ଜଣଙ୍କୁ ଗିରଫ କରିଥିଲା। ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe